ପୁରୀ: ବିହାରର ମୋଷ୍ଟ ୱାଣ୍ଟେଡ ଅପରାଧୀ ସନାତନ ମାହାତୋକୁ ଗିରଫ କଲା ଚନ୍ଦନପୁର ପୋଲିସ୍। ଦୀର୍ଘ୧୪ ବର୍ଷ ଧରି ସନାତନ ବିହାର ପୋଲିସକୁ ଚକମା ଦେଇ ଆସୁଥିଲା। ଗତକାଲି ଜଣେ ମହିଳାଙ୍କ ସହ ସନ୍ଦେଜନକ ଅବସ୍ଥାରେ ବୁଲୁଥିବା ବେଳେ ପୋଲିସ ତାକୁ ପଚରାଉଚରା କରିଥିଲା। ପରେ ତାର ଘର ବିହାର ହାଟିଡା ଥାନା ଆୟୋଟ ଗାଁରେ ବୋଲି ଜଣାପଡିଥିଲା। ଏନେଇ ବିହାର ପୋଲିସ ସହ ଯୋଗାଯୋଗ କରାଯାଇଥିଲ। ସନାତନ ନାଁରେ ବିହାରର ବିଭିନ୍ନ ଥାନାରେ ମାମଲା ରହିଛି।
ଆଜି ସନାତନକୁ ବିହାର ପୋଲିସ ସବ୍କଲେକ୍ଟରଙ୍କ କୋର୍ଟରେ ହାଜର କରିଥିଲା। ଅଭିଯୁକ୍ତ ସନାତନକୁ ୧୦ ବର୍ଷ ହେଲା ଏଠାରେ ରହି ଆସୁଥିଲେ। ଅପରାଧ ଘଟାଇବା ପରେ ପୋଲିସ ନଜରରୁ ବର୍ତ୍ତିବା ପାଇଁ ସନାତନ ପୁରୀରେ ମିସ୍ତ୍ରୀ କାମ କରୁଥିଲା। ୨୦୦୩ରେ ଡକାୟତି କରି ସନାତନ କଟକ ଓ ଭୁବନେଶ୍ୱର ପରେ ଶେଷରେ ପୁରୀରେ ରହି ଆସୁଥିଲା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।