ଲୁଟେରା ପାଇଁ ଗଲା ଜୀବନ

ଭୁବନେଶ୍ୱର: ଚେନ୍ ଲୁଟେରା ହାତରେ ଗଲା ଜଣେ ଯୁବତୀଙ୍କ ଜୀବନ। ମୁମ୍ବାଇର କୁର୍ଲା ଷ୍ଟେସନରେ ଘଟିଛି ଏହି ଦୁଃଖଦ ଘଟଣା। ଉଦ୍‌ବେଗର କଥା ହେଉଛି ଏହି ଘଟଣାରେ ଗିରଫ ଲୁଟେରା ଜଣେ ଓଡ଼ିଆ ଯୁବକ। ତାଙ୍କ ଘର ଫୁଲବାଣୀରେ ବୋଲି ଜଣାପଡ଼ିଛି। ମୁମ୍ବାଇ ରେଳବାଇ ପୋଲିସ୍ ତାକୁ ଗିରଫ କରିଛି। ମୃତ ଯୁବତୀଙ୍କ ନାଁ ସ୍ୱପ୍ନା ଶୁକ୍ଳା। ମୁମ୍ବାଇର ଏକ ଘରୋଇ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନୀରେ ଡେପୁଟି ମ୍ୟାନେଜର୍ ଥିଲେ। ଗତ ମଙ୍ଗଳବାର ଅଫିସ୍‌ରେ କାମ ସାରି […]

swapna

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 09:53 AM IST

ଭୁବନେଶ୍ୱର: ଚେନ୍ ଲୁଟେରା ହାତରେ ଗଲା ଜଣେ ଯୁବତୀଙ୍କ ଜୀବନ। ମୁମ୍ବାଇର କୁର୍ଲା ଷ୍ଟେସନରେ ଘଟିଛି ଏହି ଦୁଃଖଦ ଘଟଣା। ଉଦ୍‌ବେଗର କଥା ହେଉଛି ଏହି ଘଟଣାରେ ଗିରଫ ଲୁଟେରା ଜଣେ ଓଡ଼ିଆ ଯୁବକ। ତାଙ୍କ ଘର ଫୁଲବାଣୀରେ ବୋଲି ଜଣାପଡ଼ିଛି। ମୁମ୍ବାଇ ରେଳବାଇ ପୋଲିସ୍ ତାକୁ ଗିରଫ କରିଛି।

ମୃତ ଯୁବତୀଙ୍କ ନାଁ ସ୍ୱପ୍ନା ଶୁକ୍ଳା। ମୁମ୍ବାଇର ଏକ ଘରୋଇ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନୀରେ ଡେପୁଟି ମ୍ୟାନେଜର୍ ଥିଲେ। ଗତ ମଙ୍ଗଳବାର ଅଫିସ୍‌ରେ କାମ ସାରି ଘରକୁ ଫେରିବା ପାଇଁ କୁର୍ଲା ଷ୍ଟେସନ୍‌ରେ ଲୋକାଲ୍ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସେତିକି ବେଳେ ଲୁଟେରା ଜଣଙ୍କ ତାଙ୍କ ବେକରୁ ଚେନ୍ ଛିଣ୍ଡାଇବାକୁ ଉଦ୍ୟମ କରିଥିଲା। ତେବେ ତାଙ୍କୁ ଧରି ନେଇଥିଲେ ସ୍ୱପ୍ନା। ଉଭୟଙ୍କ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି। ଧସ୍ତାଧସ୍ତି ବେଳେ ଲୁଟେରା ଠେଲି ଦେଇଥିଲା ସ୍ୱପ୍ନାଙ୍କୁ। ସେ ପଡ଼ି ଯାଇଥିଲେ ଟ୍ରେନ୍ ଲାଇନ୍‌ରେ। ଠିକ୍ ସେହି ସମୟରେ ସେହି ଲାଇନ୍‌ରେ ମାଡ଼ି ଆସିଲା ଏକ ଲୋକାଲ୍ ଟ୍ରେନ୍। ଟ୍ରେନ୍ ଧକ୍କାରେ ଗୁରୁତର ଆହତ ହୋଇଥିଲେ ସ୍ୱପ୍ନା। ରେଳବାଇ ପୋଲିସ୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଗିରଫ ଲୁଟେରାର ନାଁ ସୁଭାଷିତ ମଲ୍ଲିକ। ତା’ ଘର କନ୍ଧମାଳ ଜିଲ୍ଲାର ଫୁଲବାଣୀରେ। ଯୁବତୀଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ଫେରାର ହୋଇଯାଉଥିବା ବେଳେ ପ୍ଲାଟଫର୍ମରେ ଉପସ୍ଥିତ ଲୋକେ ତାକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ଓ ଜିଆର୍‌ପି ଜିମାରେ ଦେଇଥିଲେ।

Related story