ନକଲି କାଗଜପତ୍ର ଦେଖାଇ ଜମି ବିକ୍ରି ଅଭିଯୋଗ, ୪ ଗିରଫ

ଭୁବନେଶ୍ୱର: ନକଲି କାଗଜପତ୍ର ଦେଖାଇ ଜମି ବିକ୍ରି କରିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବଡଗଡ଼ ଥାନା ପୋଲିସ୍‌। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ପଲ୍ଲା ଗାଁର ଅରୁଣ କୁମାର ସାହୁ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବଡ଼ଖଇରାର ଅଶୋକ ମିଶ୍ର, ନୟାପଲ୍ଲୀ ଆଇଆରସି ଭିଲେଜର ଦୀପକ କୁମାର ସିଂହ ଏବଂ ରାୟଗଡ଼ା ଜିଲ୍ଲା ଗାନ୍ଧୀନଗର ବଡ଼ଗଡ଼ିର ଦିଲ୍ଲୀପ କୁମାର ଦେବର୍ତ୍ତା। ଗରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଥାନା ଦଶବାଟିଆରେ ୫୫ […]

crime

Rakesh Mallick
  • Published: Monday, 28 November 2016
  • , Updated: 28 November 2016, 01:02 PM IST

ଭୁବନେଶ୍ୱର: ନକଲି କାଗଜପତ୍ର ଦେଖାଇ ଜମି ବିକ୍ରି କରିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବଡଗଡ଼ ଥାନା ପୋଲିସ୍‌। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ପଲ୍ଲା ଗାଁର ଅରୁଣ କୁମାର ସାହୁ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବଡ଼ଖଇରାର ଅଶୋକ ମିଶ୍ର, ନୟାପଲ୍ଲୀ ଆଇଆରସି ଭିଲେଜର ଦୀପକ କୁମାର ସିଂହ ଏବଂ ରାୟଗଡ଼ା ଜିଲ୍ଲା ଗାନ୍ଧୀନଗର ବଡ଼ଗଡ଼ିର ଦିଲ୍ଲୀପ କୁମାର ଦେବର୍ତ୍ତା। ଗରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଥାନା ଦଶବାଟିଆରେ ୫୫ ଡେସିମିଲ ଜମିକୁ ଜାଲ କାଗଜପତ୍ର ଦେଖାଇ ଏମାନେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ରଙ୍କା ଦେଉଳି ଗାଁର ସତ୍ୟବାନ ସାହୁଙ୍କୁ ୧୪ ଲକ୍ଷ ୪୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ସତ୍ୟବାନ ଗତ ଜୁଲାଇରେ ଟଙ୍କା ଦେଇ ଜମି କିଣିଥିଲେ। ଜମିରେ ପାଚେରୀ ବୁଲାଇବା ବେଳେ ଜମିର ପ୍ରକୃତ ମାଲିକ ସେ ଜମି ତାଙ୍କର ବୋଲି ଦର୍ଶାଇଥିଲେ।

Related story