ନନ୍ଦନକାନନ ରୋଡ଼ ଅସଦାଚରଣ ମାମଲା: ଟିଆଇ ପରେଡରେ ୩ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର: ନନ୍ଦନକାନନ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଆଜି ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯାଇଥିଲା। ଏଥିରେ ୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅସଦାଚରଣର ଶିକାର ହୋଇଥିବା ଯୁବତୀମାନେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ଝାରପଡ଼ା ଜେଲରେ ଏହି ଟିଆଇ ପରେଡ କରାଯାଇଥିଲା।

ଏହାସହ ଅଭିଯୋଗ ଆଣିଥିବା ଯୁବତୀଙ୍କ ବୟାନ ଧାରା ୧୬୪ରେ ରେକର୍ଡ କରାଯାଇଛି।