ନୟାଗଡ଼ରେ ୧୫ ଲୁଟେରା ଗିରଫ

ନୟାଗଡ଼: ନୟାଗଡ଼ ପୋଲିସ୍ ଜଣେ ମହିଳାଙ୍କ ସମେତ ୧୫ ଜଣ ଲୁଟେରାଙ୍କୁ ଗିରଫ କରିଛି। ଜିଲ୍ଳାର ଦଶପଲ୍ଳା, ରଣପୁର, ଓଡ଼ଗାଁ ଓ ନୟାଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ଏମାନେ ଲୁଟ୍‌ପାଟ କରୁଥିଲେ। ଦଶପଲ୍ଳା ଜାତୀୟ ରାଜପଥରେ ରାହଜାନୀ ଘଟଣାରେ ୫ଜଣ,  ଓଡ଼ଗାଁ ଅଞ୍ଚଳରେ ଗାଡ଼ି ଚୋରି ଘଟଣାରେ ୪, ନୟାଗଡ଼ରେ ଡାକ୍ତର ମୀନକେତନ ବଳିୟାରସିଂଙ୍କ ଘରୁ ଡକାୟତି ଘଟଣାରେ ୫ ଜଣ ଓ ରଣପୁର ମଦ ଗାଡ଼ି ଅପହରଣରେ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ସେମାନଙ୍କଠାରୁ ବାଇକ୍‌, […]

nayagarh

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 02:33 PM IST

ନୟାଗଡ଼: ନୟାଗଡ଼ ପୋଲିସ୍ ଜଣେ ମହିଳାଙ୍କ ସମେତ ୧୫ ଜଣ ଲୁଟେରାଙ୍କୁ ଗିରଫ କରିଛି। ଜିଲ୍ଳାର ଦଶପଲ୍ଳା, ରଣପୁର, ଓଡ଼ଗାଁ ଓ ନୟାଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ଏମାନେ ଲୁଟ୍‌ପାଟ କରୁଥିଲେ। ଦଶପଲ୍ଳା ଜାତୀୟ ରାଜପଥରେ ରାହଜାନୀ ଘଟଣାରେ ୫ଜଣ,  ଓଡ଼ଗାଁ ଅଞ୍ଚଳରେ ଗାଡ଼ି ଚୋରି ଘଟଣାରେ ୪, ନୟାଗଡ଼ରେ ଡାକ୍ତର ମୀନକେତନ ବଳିୟାରସିଂଙ୍କ ଘରୁ ଡକାୟତି ଘଟଣାରେ ୫ ଜଣ ଓ ରଣପୁର ମଦ ଗାଡ଼ି ଅପହରଣରେ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ସେମାନଙ୍କଠାରୁ ବାଇକ୍‌, ୩୫ଗ୍ରାମ ସୁନା, ମୋବାଇଲ୍‌, କ୍ୟାମେରା ଓ ମାରାଣାସ୍ତ୍ର ପ୍ରଭୃତି ଜବତ କରିଛି।

Related story