ନୟାଗଡ଼: ୮୨ଟି ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ, ୨ ଅଟକ

ନୟାଗଡ଼: ନୟାଗଡ଼ ପୋଲିସ ଦ୍ୱାରା ପଶ୍ଚିମବଙ୍ଗର ୨ ଜଣ ବ୍ୟକ୍ତି ଠାରୁ ୫ ଶହ ଟଙ୍କିଆ ୪୧ ହଜାର ଟଙ୍କାର ଜାଲ୍ ନୋଟ୍  ଜବତ କରାଯାଇଛି। ଶୁକ୍ରବାର ରାତିରେ ୨ଜଣ ବ୍ୟକ୍ତି ନୟାଗଡ଼ ମୁଖ୍ୟ ଛକ ଏକ ପାନ ମସଲା ଦୋକାନରୁ କିଛି କିଣୁଥିବା ବେଳେ ଦୋକାନୀଙ୍କ ସନ୍ଦେହ ହେବାରୁ ସେ ପୋଲିସକୁ ଖବର ଦେଇଥିଲେ। ପରେ ଏହି ଯୁବକ ୨ ଜଣଙ୍କୁ ଟାଉନ ଥାନାରେ ଅଟକ ରଖାଯାଇ ଟଙ୍କା ଜବତ କରାଯାଇଥିଲା। ଆଜି ପୋଲିସର ପ୍ରାଥମିକ […]

jal

Rakesh Mallick
  • Published: Saturday, 05 December 2015
  • , Updated: 05 December 2015, 07:07 AM IST

ନୟାଗଡ଼: ନୟାଗଡ଼ ପୋଲିସ ଦ୍ୱାରା ପଶ୍ଚିମବଙ୍ଗର ୨ ଜଣ ବ୍ୟକ୍ତି ଠାରୁ ୫ ଶହ ଟଙ୍କିଆ ୪୧ ହଜାର ଟଙ୍କାର ଜାଲ୍ ନୋଟ୍  ଜବତ କରାଯାଇଛି। ଶୁକ୍ରବାର ରାତିରେ ୨ଜଣ ବ୍ୟକ୍ତି ନୟାଗଡ଼ ମୁଖ୍ୟ ଛକ ଏକ ପାନ ମସଲା ଦୋକାନରୁ କିଛି କିଣୁଥିବା ବେଳେ ଦୋକାନୀଙ୍କ ସନ୍ଦେହ ହେବାରୁ ସେ ପୋଲିସକୁ ଖବର ଦେଇଥିଲେ। ପରେ ଏହି ଯୁବକ ୨ ଜଣଙ୍କୁ ଟାଉନ ଥାନାରେ ଅଟକ ରଖାଯାଇ ଟଙ୍କା ଜବତ କରାଯାଇଥିଲା। ଆଜି ପୋଲିସର ପ୍ରାଥମିକ ପରୀକ୍ଷା ପରେ ୮୨ଟି ନୋଟ୍ ଜାଲ୍ ବୋଲି ପୋଲିସ ସୂଚନା ଦେଇଛି। ଏତେ ସଂଖ୍ୟକ ଟଙ୍କା ଜବତ ହୋଇଥିବାରୁ ଏହା କେଉଁ ରାକେଟର କାମ ସେ ନେଇ ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।

 

Related story