‘ନିଆଁଖୁଣ୍ଟା ଡଟ୍‌ କମ୍‌’ ପୋର୍ଟାଲର ସତ୍ତ୍ୱାଧିକାରକୁ ନେଇ ବିବାଦ

ଭୁବନେଶ୍ୱର: ବିବାଦୀୟ ଯୌନ କେଳେଙ୍କାରୀ ଭିଡ଼ିଓ ପ୍ରସାରଣ କରିଥିବା ‘ନିଆଁଖୁଣ୍ଟା ଡଟ୍‌ କମ୍‌’ ପୋର୍ଟାଲର ସତ୍ତ୍ୱାଧିକାରକୁ ନେଇ ବିବାଦ ଦେଖାଦେଇଛି। କବି ଗୋଦାବରୀଶ ମହାପାତ୍ରଙ୍କ ପତ୍ରିକା ନିଆଁଖୁଣ୍ଟା ନାଁକୁ ବ୍ୟବହାର କରି ନିଆଁଖୁଣ୍ଟା ଡଟ୍‌ କମ୍‌ ପୋର୍ଟାଲ କରାଯାଇଥିବାରୁ ଏହା ବିରୋଧରେ ଆଇନ୍‌ର ଆଶ୍ରୟ ନେବାକୁ ଧମକ ଦେଇଛନ୍ତି ନିଆଁଖୁଣ୍ଟାର ସ୍ୱତ୍ତ୍ୱାଧିକାରୀ ବୋଲି ଦାବି କରୁଥିବା ଭବାନୀଶଙ୍କର ମହାପାତ୍ର। ନିଆଁଖୁଣ୍ଟା ମାସିକ ପତ୍ରିକା ଓ ଦୈନିକ ଖବର କାଗଜର ରେଜିଷ୍ଟ୍ରେସନ୍‌ ତାଙ୍କ ପାଖରେ ଥିବା ବେଳେ ସେହି […]

neakhunta

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 08:10 PM IST

ଭୁବନେଶ୍ୱର: ବିବାଦୀୟ ଯୌନ କେଳେଙ୍କାରୀ ଭିଡ଼ିଓ ପ୍ରସାରଣ କରିଥିବା ‘ନିଆଁଖୁଣ୍ଟା ଡଟ୍‌ କମ୍‌’ ପୋର୍ଟାଲର ସତ୍ତ୍ୱାଧିକାରକୁ ନେଇ ବିବାଦ ଦେଖାଦେଇଛି। କବି ଗୋଦାବରୀଶ ମହାପାତ୍ରଙ୍କ ପତ୍ରିକା ନିଆଁଖୁଣ୍ଟା ନାଁକୁ ବ୍ୟବହାର କରି ନିଆଁଖୁଣ୍ଟା ଡଟ୍‌ କମ୍‌ ପୋର୍ଟାଲ କରାଯାଇଥିବାରୁ ଏହା ବିରୋଧରେ ଆଇନ୍‌ର ଆଶ୍ରୟ ନେବାକୁ ଧମକ ଦେଇଛନ୍ତି ନିଆଁଖୁଣ୍ଟାର ସ୍ୱତ୍ତ୍ୱାଧିକାରୀ ବୋଲି ଦାବି କରୁଥିବା ଭବାନୀଶଙ୍କର ମହାପାତ୍ର। ନିଆଁଖୁଣ୍ଟା ମାସିକ ପତ୍ରିକା ଓ ଦୈନିକ ଖବର କାଗଜର ରେଜିଷ୍ଟ୍ରେସନ୍‌ ତାଙ୍କ ପାଖରେ ଥିବା ବେଳେ ସେହି ନାଁରେ ୱେବସାଇଟ୍‌ କରାଯିବା ସତ୍ତ୍ୱାଧିକାରର ଉଲ୍ଲଂଘନ ବୋଲି ସେ ଅଭିଯୋଗ କରିଛନ୍ତି।

‘ନିଆଁଖୁଣ୍ଟା ଡଟ୍‌ କମ୍‌’ ପୋର୍ଟାଲର ପ୍ରଦୀପ ପାଣ୍ଡେ କହିଛନ୍ତି,“ନିଆଁଖୁଣ୍ଟା ପତ୍ରିକା ଓ ଦୈନିକ ଖବର ସହିତ ନିଆଁଖୁଣ୍ଟା ଡଟ୍‌ କମ୍‌’ ପୋର୍ଟାଲର କୌଣସି ସମ୍ପର୍କ ନାହିଁ।”

Related story