ତଦନ୍ତରେ ସ୍ପଷ୍ଟତା ନାହିଁ

ବେଦାନ୍ତ ମାଲିକ ଅନୀଲ ଅଗ୍ରୱାଲ ଓ ଅନ୍ୟ ବ୍ୟବସାୟୀମାନଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା ଓ ସେମାନଙ୍କୁ ସମସ୍ତ କାର୍ଯ୍ୟରେ ସେ ସହଯୋଗ କରୁଥିଲେ। ଏଣୁ ତାଙ୍କର ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀ ରହିବା ଅସମ୍ଭବ ନୁହେଁ। ତା’ଛଡ଼ା କଂଗ୍ରେସରୁ ଆସି ବିଜେଡି ଭିତରେ ମାତ୍ର ଅଳ୍ପଦିନରେ ସେ ଯେପରି ନିଜର ପ୍ରାଧାନ୍ୟ ବିସ୍ତାର କରିନେଇଥିଲେ ଓ ପଶ୍ଚିମ ଓଡ଼ିଶାର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବରେ ଅଗ୍ରସର ହେଉଥିଲେ ସେଥିରେ ତାଙ୍କର ରାଜନୈତିକ ଶତ୍ରୁ ବା ପ୍ରତିଦ୍ୱନ୍ଦ୍ୱୀ ରହିବା ସ୍ୱଭାବିକ।

Odisha Crime Branch

Crime Branch Inquiry

Debendra Prusty
  • Published: Thursday, 02 February 2023
  • Updated: 02 February 2023, 07:47 PM IST

News Highlights

  • କ୍ରାଇମ ବ୍ରାଂଚ ଆନୁଷ୍ଠାନିକ ଭାବେ କ’ଣ କହୁଛି, କେତେ କହୁଛି?
  • ନବ ଦାସଙ୍କର ବ୍ୟାବସାୟିକ ଓ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ଥିଲେ ନା ନାହିଁ?
  • ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ହତ୍ୟା ପରେ ବି ଗୃହ ସଚିବ ଓ ପୁଲିସ ଡିଜି ଘଟଣାସ୍ଥଳକୁ ନଯିବା ସାଧାରଣ କି?

ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଂଚର ଏଡିଜେ ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ କମିଟି ଗତ ୫ ଦିନ ଭିତରେ କେଉଁ ବିଷୟରେ କେତେ ତଦନ୍ତ କଲେଣି ସେ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ। ସାଧାରଣରେ ଗୋଟିଏ ଭ୍ରମ ସୃଷ୍ଟି କରାଯାଉଛି ଯେ ହାଇକୋର୍ଟଙ୍କ ନିଯୁକ୍ତ ପୂର୍ବତନ ଜଜ୍ ଜେ.ପି. ଦାସଙ୍କ ନେତୃତ୍ୱରେ ସମ୍ଭବତଃ ତଦନ୍ତ ଚାଲିଛି। ଆହୁରି ମଧ୍ୟ କୁହାଯାଉଛି ଯେ ଏହା ଏକ ନ୍ୟାୟିକ ତଦନ୍ତ।

କିନ୍ତୁ ଅସଲ କଥା ହେଉଛି, ମନ୍ତ୍ରୀଙ୍କ ହତ୍ୟା ପରେ ପୋଲିସ ନିଜ ଆଡୁ ଏଥିପାଇଁ ଯେଉଁ ମାମଲା ଦାଏର କରିଥିଲା ସେଥିରେ ସାଧାରଣରେ ଯେପରି ପ୍ରଶ୍ନ ଉଠିଲା ଓ ବ୍ରଜରାଜନଗର ସମେତ ଝାରସୁଗୁଡ଼ା ପୋଲିସ ଯେପରି ଏଥିରେ ପକ୍ଷଭୁକ୍ତ ଥିବା ଅଭିଯୋଗ ହେଲା, ସେତେବେଳେ ରାଜ୍ୟ ସରକାର ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରି ଅରୁଣ ବୋଥ୍ରାଙ୍କୁ ଏହାର ଦାୟିତ୍ୱ ଦେଇଥିଲେ। କିନ୍ତୁ ଏହି ତଦନ୍ତ କମିଟିରେ ବିବାଦୀୟ ଡିଏସପି ରମେଶ ଦୋରାଙ୍କ ନାମ ରହିଥିବା ପ୍ରଥମେ ପ୍ରକାଶ ପାଇଥିଲେ ମଧ୍ୟ ଗତ ୧ ତାରିଖ ବୁଧବାରରେ ପ୍ରକାଶିତ କ୍ରାଇମବ୍ରାଂଚ ପ୍ରେସ୍ ବିଜ୍ଞପ୍ତିରେ ରମେଶ ଦୋରା ବା ଅନ୍ୟ ଡିଏସପିଙ୍କ ନାମ ତଦନ୍ତ କମିଟିରେ ରଖାଯାଇ ନାହିଁ। ଅନ୍ୟପକ୍ଷରେ ସାଇଂଟିଫିକ୍ ଅଫିସର ଓ ବାଲିଷ୍ଟିକ୍ ବିଶେଷଜ୍ଞଙ୍କ ନାମ ଉଲ୍ଲେଖ କରାଯାଇଛି। କ୍ରାଇମବ୍ରାଂଚର ଆଉ ଦୁଇଜଣ ଡିଏସପି ତଦନ୍ତ କାର୍ଯ୍ୟରେ ନିଯୁକ୍ତ ହୋଇଛନ୍ତି। ଜଣେ ଝାରସୁଗୁଡ଼ା ଜିଲ୍ଲାର ଘଟଣାସ୍ଥଳଗୁଡ଼ିକ ତଦନ୍ତ କରୁଥିବା ସମୟରେ ଅନ୍ୟ କେତେଜଣ ଗୋପାଳଙ୍କ ନିଜ ଗ୍ରାମ ବ୍ରହ୍ମପୁରରେ ତାଙ୍କ ପଡ଼ୋଶୀ ଓ ଗ୍ରାମବାସୀଙ୍କ ମତାମତ ନେଉଥିବା ସମୟରେ ଆଉ ଦଳେ ଗୋପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଯାଂଚ କରୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଂଚ ତଦନ୍ତର ଅଗ୍ରଗତି ସଂପର୍କରେ ପଦୁଟିଏ ହେଲେ କଥା ଆନୁଷ୍ଠାନିକ ଭାବରେ ବା ପ୍ରେସ୍ ବିଜ୍ଞପ୍ତିରେ ଜଣାଇନାହାନ୍ତି।

ତଥାପି କ୍ରାଇମବ୍ରାଂଚ ସୂତ୍ରକୁ ଉଦ୍ଧାର କରି କେତେକ ଗଣମାଧ୍ୟମ ଉଲ୍ଲେଖ କରିଛନ୍ତି ଯେ ଗୋପାଳ ଦାସ ଏହି ହତ୍ୟାକାଣ୍ଡ ଘଟାଇବା ପଛରେ କି ଉଦ୍ଦେଶ୍ୟ ଥିଲା, ସେ ସଂପର୍କରେ ଗୋଟିଏ କାଗଜରେ ଲିପିବଦ୍ଧ କରିଥିଲେ। ଗୋପାଳ ଦାସ ରିମାଣ୍ଡରେ ଥିବା ସମୟରେ ଜେରାରେ କୁଆଡ଼େ କହିଛନ୍ତି ଯେ ତାଙ୍କର ହତ୍ୟା ଉଦ୍ଦେଶ୍ୟ ସଂପର୍କରେ ସେ କାଗଜରେ ଲେଖିଦେଇଥିଲେ। ସେହିକଥାକୁ ଉଲ୍ଲେଖ କରି କ୍ରାଇମବ୍ରାଂଚ କୁଆଡ଼େ ସିଦ୍ଧାନ୍ତରେ ପହଂଚିଛି ଯେ ହତ୍ୟା ପାଇଁ ସେ ପୂର୍ବରୁ ଯୋଜନା କରିଥିଲା। ଆହୁରି ମଧ୍ୟ କୁହାଯାଉଛି ଯେ ହତ୍ୟାକାଣ୍ଡ ଘଟାଇବା ସମୟରେ ସେ ମଧ୍ୟ ମୃତ୍ୟୁବରଣ କରିପାରନ୍ତି ବୋଲି ଆଶଙ୍କା କରି ଭବିଷ୍ୟତରେ ପୋଲିସ ଅନୁସନ୍ଧାନ ସମୟରେ ସେହି କାଗଜ ଜରିଆରେ ସେ କାହିଁକି ନବ ଦାସଙ୍କୁ ହତ୍ୟା କଲେ, ତାହା ସହଜରେ ଜାଣିପାରିବେ। କିନ୍ତୁ ହତ୍ୟାକାଣ୍ଡ ଘଟିଲା ପରେ ତାଙ୍କୁ କାବୁ କରିନିଆଯାଇ ଝାରସୁଗୁଡ଼ା ବିମାନବନ୍ଦରର ପୋଲିସ ଥାନାକୁ ନିଆଯାଇଥିଲା। ସେହି ଥାନାରେ ଥିବା ସମୟରେ ସେ ପରିସ୍ରା କରିବାକୁ ଯାଇ ହତ୍ୟାକାଣ୍ଡର କାରଣ ସଂପର୍କରେ ଯାହା କାଗଜରେ ଲେଖିଥିଲା ସେହି କାଗଜକୁ ପାଇଖାନା ଟାଙ୍କିରେ ପକାଇଦେଇ ପାଣି ଛାଡ଼ିଦେଇଥିଲା। ବୁଧବାର ଦିନ ପୋଲିସ ଟାଙ୍କିକୁ ଭାଙ୍ଗି ଭିଜିଯାଇଥିବା କାଗଜଗୁଡିକ ମଧ୍ୟରୁ କେତେକ ଉଦ୍ଧାର କରିଛି ଓ ଜେରା ସମୟରେ ଗୋପାଳ ଦାସ ହତ୍ୟାକାଣ୍ଡର କାରଣ କହିଥିବା କୁହାଯାଉଛି। କିନ୍ତୁ ଏହି ସମସ୍ତ କାହାଣୀ ବିଷୟରେ ଆନୁଷ୍ଠାନିକ ଭାବରେ କ୍ରାଇମବ୍ରାଂଚ କିଛି ଉଲ୍ଲେଖ କରିନାହିଁ। କୌଣସି ଖବରକାଗଜରେ ଅରୁଣ ବୋଥ୍ରାଙ୍କୁ ଉଦ୍ଧୃତ କରି କିଛି ବି ବକ୍ତବ୍ୟ ପ୍ରକାଶ ପାଇନାହିଁ। ଫଳରେ ଏଏସ୍ଆଇ ଗୋପାଳ ଦାସ କାହିଁକି ନବକିଶୋର ଦାସଙ୍କୁ ହତ୍ୟା କରିବାକୁ ନିଷ୍ପତି ନେଲା, ସେ ସଂପର୍କରେ ରାଜ୍ୟବ୍ୟାପି ବିଭିନ୍ନ କାହାଣୀ ବ୍ୟାପକ ଭାବରେ ପ୍ରଚାରିତ ହେଉଛି।

ନବକିଶୋର ଦାସଙ୍କର ହତ୍ୟାକାଣ୍ଡରେ ଅଭିଯୁକ୍ତ ବ୍ୟକ୍ତି ସମସ୍ତଙ୍କ ସମ୍ମୁଖରେ ଏ କାଣ୍ଡ ଘଟାଇଥିବାରୁ ସେ ହତ୍ୟାକାଣ୍ଡ ଘଟାଇଥିଲା ବୋଲି କ୍ରାଇମବ୍ରାଂଚକୁ କହିବାର କୌଣସି ଅର୍ଥ ନାହିଁ। ଅସଲ କଥା ହେଉଛି, ହତ୍ୟାକାଣ୍ଡର ପ୍ରକୃତ ଉଦ୍ଦେଶ୍ୟ କ’ଣ ଓ ଏହି କାଣ୍ଡ ଘଟାଇବା ପାଇଁ ବ୍ୟକ୍ତିଗତ ଆକ୍ରୋଶରୁ ବା ଆଉ କାହାଦ୍ୱାରା ପ୍ରେରିତ ବା ଉତ୍ସାହିତ ହୋଇ ସେ ଏହି କାର୍ଯ୍ୟ କରିଛନ୍ତି ନା ନାହିଁ ତାହା ଜାଣିବା। ଯେଉଁ ଅଭିଯୁକ୍ତଙ୍କୁ ପୋଲିସ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ କାବୁ କରିନେଲା ଓ ଥାନାକୁ ନେଇଗଲା ସେଠାରେ ସର୍ବନିମ୍ନ ଦାୟିତ୍ୱ ହେଉଛି ଅଭିଯୁକ୍ତଙ୍କୁ ସଂପୂର୍ଣ୍ଣ ଭାବରେ ଶାରୀରିକ ଯାଂଚ କରିବା। ତା’ର ପ୍ୟାଂଟସାର୍ଟରେ କିଛି କାଗଜପତ୍ର ବା ଅନ୍ୟକିଛି ଅଛି ନା ନାହିଁ, ତାହାକୁ ନିୟମ ଅନୁସାରେ ତଦାରଖ କରାଯାଏ। ବିଶେଷ ଭାବରେ ନବକିଶୋର ଦାସଙ୍କୁ ସଂକଟାପନ୍ନ ଅବସ୍ଥାରେ ଏୟାରଲିଫ୍ଟ କରାଯିବା ପରେ ପୋଲିସର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରଥମେ ଗୋପାଳ ଦାସଙ୍କର ଶାରୀରିକ ଯାଂଚ ହେବା କଥା। କିନ୍ତୁ ତାହା କରାଯାଇନଥିଲା ବୋଲି କ’ଣ ବୁଝିବାକୁ ପଡ଼ିବ? ଯଦି ସେ ବ୍ୟକ୍ତି ପାଖରେ ଆତ୍ମହତ୍ୟା କରିବା ପାଇଁ କୌଣସି ପଦାର୍ଥ ଥାଆନ୍ତା, ତେବେ ପରିସ୍ଥିତି ଆହୁରି ସଂଗୀନ ହୋଇଥାନ୍ତା।

କିନ୍ତୁ କ୍ରାଇମବ୍ରାଂଚ ଆନୁଷ୍ଠାନିକ ଭାବରେ ତଦନ୍ତରେ ଅଗ୍ରଗତି ନେଇ କିଛି ପ୍ରକାଶ କରୁନଥିବାରୁ ପ୍ରକୃତରେ ସେ ହତ୍ୟାକାଣ୍ଡର କାରଣ ସଂପର୍କରେ କାଗଜରେ ଲେଖିଥିଲା ଓ ସେହି କାଗଜକୁ ପାଇଖାନାରେ ପକାଇ ଦେଇ ପାଣି ଛାଡ଼ିଦେଇଥିଲା ବୋଲି ଯାହାସବୁ ସୂତ୍ରକୁ ଉଦ୍ଧାର କରି ପ୍ରକାଶ ପାଉଛି, ସେଗୁଡିକ ସତ୍ୟ କି ନାହିଁ କହିବା ମୁସ୍କିଲ। ପୋଲିସ ପକ୍ଷରୁ ଜିଲ୍ଲା ଏସ୍ପି, ଡିଏସ୍ପି ଓ ବ୍ରଜରାଜନଗର ଥାନା ଅଧିକାରୀଙ୍କୁ ଯେପରି ବଦଳି କରାଯାଇଛି ଓ ମନ୍ତ୍ରୀଙ୍କ ନିରାପତ୍ତାରକ୍ଷୀ ପିଏସ୍ଓଙ୍କୁ ଯେପରି ନିଲମ୍ବିତ କରାଯାଇଛି, ସେଥିରୁ ଏହା ସ୍ପଷ୍ଟ ଯେ ପୋଲିସ ପ୍ରଶାସନ ରାଜ୍ୟରେ ଆଦୌ ଠିକ୍ ଭାବେ ଚାଲିନାହିଁ। ଏହାମଧ୍ୟ ପ୍ରକାଶ ପାଉଛି ଯେ ଗୋପାଳ ଦାସଙ୍କୁ ଯେଉଁ ସର୍ଭିସ୍ ରିଭଲଭର ୨୦୧୩ରେ ପ୍ରଥମେ ଦିଆଯାଇଥିଲା ତାହା ତାଙ୍କଠାରୁ ପ୍ରତ୍ୟାହୃତ ହୋଇ ହତ୍ୟାକାଣ୍ଡର କିଛିଦିନ ପୂର୍ବରୁ ସାନି ଦିଆଯାଇଥିଲା। କିନ୍ତୁ ଏହି ତଥ୍ୟ କେତେ ଠିକ୍ ବା ଭୁଲ କାହାରିକୁ ଜଣାନାହିଁ। କିନ୍ତୁ ଏହାକୁ ଉଦ୍ଧାର କରି ଗଣମାଧ୍ୟମରେ ବିତର୍କ ମଧ୍ୟ ହେଉଛି। ଏପରିସ୍ଥଳେ ପୋଲିସ ବିଭାଗ ବା କ୍ରାଇମବ୍ରାଂଚ ଏ ସଂପର୍କରେ ଆନୁଷ୍ଠାନିକ ଭାବରେ ସ୍ପଷ୍ଟତା ଆଣିବା ଉଚିତ୍ ନୁହେଁ କି?

ଅସଲକଥା ହେଉଛି, ନବକିଶୋର ଦାସଙ୍କ ହତ୍ୟା ମାମଲା ଓଡ଼ିଶାରେ କୌଣସି ମନ୍ତ୍ରୀଙ୍କୁ ପୋଲିସ ଅଧିକାରୀ ମାରିବାର ପ୍ରଥମ ଘଟଣା। ଏହା ସାଙ୍ଘାତିକ ଓ ପୋଲିସ ପ୍ରଶାସନ ପାଇଁ ଲଜ୍ୟାର ଘଟଣା। ପୋଲିସ ମହାନିଦ୍ଦେର୍ଶକ ଘଟଣାସ୍ଥଳକୁ ନଯିବା ଓ ଏ ସଂକ୍ରାନ୍ତରେ କୌଣସି ସୂଚନା ଗଣମାଧ୍ୟମକୁ ନଦେବା ଅତ୍ୟନ୍ତ ନିନ୍ଦନୀୟ। ଏସବୁ ପରମ୍ପରାର ଊର୍ଦ୍ଧ୍ୱରେ। ଆଶ୍ଚର୍ଯ୍ୟର କଥା ରାଜ୍ୟ ଘରୋଇ ବିଭାଗର ସଚିବ ଏ ପର୍ଯ୍ୟନ୍ତ ଏହି ଘଟଣା ନେଇ କୌଣସି ମନ୍ତବ୍ୟ ଗଣମାଧ୍ୟମକୁ ଦେଇନାହାନ୍ତି। କିନ୍ତୁ ଯେହେତୁ ଏହି ଘଟଣାର ଆସାମୀ ପ୍ରଥମରୁ ପୋଲିସ ଦ୍ୱାରା ଗିରଫ ହୋଇଯାଇଛି, ସେହେତୁ ଆସାମୀକୁ ଚିହ୍ନଟ କରିବା ନିମନ୍ତେ ବିଶେଷ ତଦନ୍ତର ଆବଶ୍ୟକତା ନାହିଁ। କିନ୍ତୁ ଆସାମୀ ଗୋପାଳ ଦାସଙ୍କ ବିଷୟରେ ତଦନ୍ତ କରିବା ସମୟରେ ରାଜ୍ୟ ପୋଲିସ ପ୍ରଶାସନର ପ୍ରକୃତ ସ୍ୱରୂପ ପଦାକୁ ଆସିବାର ସମ୍ଭାବନା ରହିଛି। କେବଳ ସେତିକି ନୁହେଁ, ରାଜ୍ୟର ଗୁଇନ୍ଦା ବ୍ୟବସ୍ଥା ଓ ମନ୍ତ୍ରୀମାନଙ୍କର ନିରାପତ୍ତା ବ୍ୟବସ୍ଥା ନେଇ ଗୁରୁତର ପ୍ରଶ୍ନ ମଧ୍ୟ ଏଥିରେ ପଦାକୁ ଆସିବ।

ନବକିଶୋର ଦାସ କେଉଁ ପରିସ୍ଥିତିରେ ଶନି ପୂଜା କରିଥିଲେ ଓ ତାହାକୁ ପ୍ରଚାରିତ ମଧ୍ୟ କରିଥିଲେ, ସେ ସଂପର୍କରେ ରାଜ୍ୟ ଗୁଇନ୍ଦା ବିଭାଗ ସରକାରଙ୍କୁ କିଛି ରିପୋର୍ଟ ଦେଇଛି କି? ନବକିଶୋର ଦାସ କେଉଁ ବିପଦ ପାଇଁ ଶନି ପୂଜା କରିଥିଲେ ଓ ତାଙ୍କର ଆଚରଣ ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଥିଲେ କି? ନବକିଶୋର ଦାସ ଜଣେ କ୍ୟାବିନେଟ୍ ମନ୍ତ୍ରୀ ସହିତ ଜଣେ ବଡ଼ ଓ ଖ୍ୟାତନାମା ପରିବହନ ବ୍ୟବସାୟୀ ଥିଲେ। ସମୁଦାୟ ପଶ୍ଚିମ ଓଡ଼ିଶାରେ ଥିବା ସମସ୍ତ ଶିଳ୍ପ କାରଖାନା ଓ କୋଇଲା ପ୍ରଭୃତିର ମୁଖ୍ୟ ପରିବହନକାରୀ ଭାବରେ ତାଙ୍କ ସଂସ୍ଥାକୁ ବିଚାର କରାଯାଉଥିଲା। ରାଜ୍ୟ ମନ୍ତ୍ରିମଣ୍ଡଳରେ ସେ ଜଣେ ଅତ୍ୟଧିକ ଧନୀ ବ୍ୟକ୍ତି ଥିଲେ ଓ ତାଙ୍କର ଶହ ଶହ କୋଟି ଟଙ୍କାର ପରିବହନ ବ୍ୟବସାୟ ରହିଛି ବୋଲି ସମସ୍ତଙ୍କୁ ଜଣାଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ତାଙ୍କ ବିନା ଅନୁମତିରେ ଅନ୍ୟ କେହି ସେହି ଅଂଚଳରେ ପରିବହନ ବ୍ୟବସାୟ ଭିତରକୁ ପ୍ରବେଶ କରିବା ଅସମ୍ଭବ ଥିଲା।

ବେଦାନ୍ତ ମାଲିକ ଅନୀଲ ଅଗ୍ରୱାଲ ଓ ଅନ୍ୟ ବ୍ୟବସାୟୀମାନଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା ଓ ସେମାନଙ୍କୁ ସମସ୍ତ କାର୍ଯ୍ୟରେ ସେ ସହଯୋଗ କରୁଥିଲେ। ଏଣୁ ତାଙ୍କର ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀ ରହିବା ଅସମ୍ଭବ ନୁହେଁ। ତା’ଛଡ଼ା କଂଗ୍ରେସରୁ ଆସି ବିଜେଡି ଭିତରେ ମାତ୍ର ଅଳ୍ପଦିନରେ ସେ ଯେପରି ନିଜର ପ୍ରାଧାନ୍ୟ ବିସ୍ତାର କରିନେଇଥିଲେ ଓ ପଶ୍ଚିମ ଓଡ଼ିଶାର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବରେ ଅଗ୍ରସର ହେଉଥିଲେ ସେଥିରେ ତାଙ୍କର ରାଜନୈତିକ ଶତ୍ରୁ ବା ପ୍ରତିଦ୍ୱନ୍ଦ୍ୱୀ ରହିବା ସ୍ୱଭାବିକ। ଏଣୁ ନବକିଶୋର ଦାସଙ୍କ ହତ୍ୟା ମାମଲାର ଯଦି ପ୍ରକୃତ ତଦନ୍ତ ହୁଏ, ତେବେ ପୋଲିସ ପ୍ରଶାସନର ଚେହେରା ସହିତ ଓଡ଼ିଶାରେ ବ୍ୟବସାୟିକ କାରବାର ଓ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀତା ସଂପର୍କରେ ଅନେକ ରହସ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି। ସେହି ଦୃଷ୍ଟିରୁ ତଦନ୍ତକୁ ବାଟବଣା କରିବା ଦେବା ପାଇଁ ପ୍ରଥମରୁ ଉଦ୍ୟମ ଚାଲିଛି। ଯେଉଁଥିରେ ତାଙ୍କୁ ମାନସିକ ରୋଗୀ ଭାବରେ ଚିତ୍ରଣ କରାଯାଉଛି। କିନ୍ତୁ ଏହିସବୁ କାହାଣୀ ସାଧାରଣରୁ ଦୂର କରିବା ପାଇଁ କ୍ରାଇମବ୍ରାଂଚ ଓ ଏହାର ତଦାରଖ ପାଇଁ ନିଯୁକ୍ତ ପୂର୍ବତନ ଜଜଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବରେ ତଦନ୍ତର ଅଗ୍ରଗତି ନେଇ ଏକ ଆନୁଷ୍ଠାନିକ ବାର୍ତ୍ତା ବା ସୂଚନା ପ୍ରଦାନ କରାଯିବା ଅତି ଜରୁରୀ।

ରବି ଦାସ, ବରିଷ୍ଠ ସାମ୍ବାଦିକ

ଫୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story