ନୟାଗଡ଼: ବାଘ ଓ ହରିଣ ଚମଡ଼ା ଜବତ, ଜଣେ ଗିରଫ
ନୟାଗଡ଼:ନୟାଗଡ଼ ଜିଲ୍ଲା ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ କଲ୍ୟାଣପୁର ଗାଁର ଶଶାଙ୍କ ମିଶ୍ରଙ୍କ ଘରୁ ଆଜି ସକାଳେ ବନ ବିଭାଗ ଗୋଟିଏ ବାଘ ଓ ଗୋଟିଏ ହରିଣ ଚମଡ଼ା ଜବତ କରିଛି। ଶଶାଙ୍କଙ୍କୁ ଗିରଫ କରାଯାଇଛି। ସେ ଫୁଲବାଣୀରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।