ଓଏଏସ୍ କ୍ୱାର୍ଟର୍ସରୁ ମଣିପୁର ଯୁବକଙ୍କ ମୃତଦେହ ମିଳିବା ଘଟଣା: ପରିବାରବର୍ଗଙ୍କ ତଥ୍ୟ ସଂଗ୍ରହ

ଭୁବନେଶ୍ୱର: ଓଏଏସ୍ କ୍ୱାର୍ଟର୍ସରୁ ମଣିପୁର ଯୁବକ ଏଲ୍ ପୁମାଇଙ୍କ ମୃତଦେହ ମିଳିବା ଘଟଣାରେ ତାଙ୍କ ପରିବାର ଲୋକେ ତଥ୍ୟ ସଂଗ୍ରହ କରୁଛନ୍ତି। ପୁମାଇ ବେଙ୍ଗାଲୁରୁ ଯିବା ପରିବର୍ତ୍ତେ କିପରି ଏଠାକୁ ଆସିଥିଲେ ତାହା ଏବେ ବି ସନ୍ଦେହ ଘେରରେ ରହିଛି। ତାଙ୍କ ପରିବାର ଲୋକେ ବାଲୁଗାଁ ହସ୍ପିଟାଲକୁ ଯାଇ ପୁମାଇଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ବାଲୁଗାଁ ଷ୍ଟେସନ ଅଧିକାରୀଙ୍କଠାରୁ ମଧ୍ୟ ପୁମାଇ ସମ୍ପର୍କରେ ପଚାରି ବୁଝିଛନ୍ତି। ପୁମାଇଙ୍କ ମୃତଦେହ ମଣିପୁର ନେବା […]

pumai murderd in oas quater

Rakesh Mallick
  • Published: Tuesday, 08 December 2015
  • , Updated: 08 December 2015, 03:02 PM IST

ଭୁବନେଶ୍ୱର: ଓଏଏସ୍ କ୍ୱାର୍ଟର୍ସରୁ ମଣିପୁର ଯୁବକ ଏଲ୍ ପୁମାଇଙ୍କ ମୃତଦେହ ମିଳିବା ଘଟଣାରେ ତାଙ୍କ ପରିବାର ଲୋକେ ତଥ୍ୟ ସଂଗ୍ରହ କରୁଛନ୍ତି। ପୁମାଇ ବେଙ୍ଗାଲୁରୁ ଯିବା ପରିବର୍ତ୍ତେ କିପରି ଏଠାକୁ ଆସିଥିଲେ ତାହା ଏବେ ବି ସନ୍ଦେହ ଘେରରେ ରହିଛି। ତାଙ୍କ ପରିବାର ଲୋକେ ବାଲୁଗାଁ ହସ୍ପିଟାଲକୁ ଯାଇ ପୁମାଇଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ବାଲୁଗାଁ ଷ୍ଟେସନ ଅଧିକାରୀଙ୍କଠାରୁ ମଧ୍ୟ ପୁମାଇ ସମ୍ପର୍କରେ ପଚାରି ବୁଝିଛନ୍ତି।

ପୁମାଇଙ୍କ ମୃତଦେହ ମଣିପୁର ନେବା ପାଇଁ ପରିବାର ଲୋକଙ୍କୁ ଅନୁମତି ମିଳିଛି। ପୁମାଇ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଥିଲେ ମଧ୍ୟ ପରିବାର ଲୋକେ ତାକୁ ଗ୍ରହଣ କରୁନାହାନ୍ତି। ମଣିପୁରରୁ ବେଙ୍ଗାଲୁରୁ ଆସୁଥିବା ବେଳେ ଟ୍ରେନରେ ୫ଜଣ ବ୍ୟକ୍ତି ତାକୁ ଧମକ ଦେବା, ମୋବାଇଲ ସୁଇଚଅଫ୍ ହେବା ଓ ଭୁବନେଶ୍ୱର ଓଏଏସ୍ କ୍ୱାର୍ଟର୍ସରୁ ତାଙ୍କର ମୃତଦେହ ମିଳିବାକୁ ନେଇ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରୁଛନ୍ତି।

Related story