ଗୁଣପୁର: ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ

ଗୁଣପୁର: ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଓ ପଦ୍ମପୁର ଥାନା ପୋଲିସ ଆଜି ଆଶ୍ରାଗୁଡି ବନାଞ୍ଚଳର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି। ଗଞ୍ଜେଇ ଗଛ ଗୁଡ଼ିକୁ କାଟି ନିଆଁ ଲଗାଇ ପୋଡି ଦିଆଯାଇଛି। ପୂର୍ବରୁ ତରଲେଣ୍ଡି ବନାଅଞ୍ଚଳରେ ୧୩ ଏକର, ହର୍ଲାଗୁଡା ବନାଞ୍ଚଳରେ ୨୧ ଏକର ଓ ଆଶ୍ରାଗୁଡି ବନାଞ୍ଚଳରେ ୨୮ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଅବକାରୀ ବିଭାଗ ଓ ପୋଲିସ୍‌ ଏପରି ପଦକ୍ଷେପକୁ […]

gunupur

Rakesh Mallick
  • Published: Tuesday, 29 November 2016
  • , Updated: 29 November 2016, 06:00 PM IST

ଗୁଣପୁର: ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଓ ପଦ୍ମପୁର ଥାନା ପୋଲିସ ଆଜି ଆଶ୍ରାଗୁଡି ବନାଞ୍ଚଳର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି। ଗଞ୍ଜେଇ ଗଛ ଗୁଡ଼ିକୁ କାଟି ନିଆଁ ଲଗାଇ ପୋଡି ଦିଆଯାଇଛି।

ପୂର୍ବରୁ ତରଲେଣ୍ଡି ବନାଅଞ୍ଚଳରେ ୧୩ ଏକର, ହର୍ଲାଗୁଡା ବନାଞ୍ଚଳରେ ୨୧ ଏକର ଓ ଆଶ୍ରାଗୁଡି ବନାଞ୍ଚଳରେ ୨୮ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଅବକାରୀ ବିଭାଗ ଓ ପୋଲିସ୍‌ ଏପରି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି।

Related story