ପାହାଳ ଜମି ଜାଲିଆତି ମାମଲା: ଗିରଫ ବିଲଡର ରାହୁଲ ଗୌରଙ୍କୁ ଭୁବନେଶ୍ୱର ଅଣିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପାହାଳ ଜମି ଜାଲିଆତି ମାମଲାରେ ନୋଏଡ଼ାରୁ ଗିରଫ ବିଲଡର ରାହୁଲ ଗୌରକୁ ଆଜି ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱର ଇକୋନୋମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲ୍ୟୁ) କାର୍ଯ୍ୟାଳୟରେ ରାହୁଲଙ୍କୁ ରଖାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ । ପରେ ଇଓଡବ୍ଲ୍ୟୁ ରାହୁଲଙ୍କୁ ରିମାଣ୍ଡରେ ନେଇପାରେ। ଗତ ୧୬ ତାରିଖ ରାତିରେ ନୋଏଡା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଅଧିକାରୀ ରାହୁଲଙ୍କୁ ଗିରଫ କରିଥିଲେ। ଗତକାଲି ତାଙ୍କୁ ନୋଏଡା କୋର୍ଟରେ ହାଜର କରାଯାଇଥିଲା। ରାହୁଲଙ୍କ ନାଁରେ ଭୁବନେଶ୍ୱର ଉପକଣ୍ଠ ପାହାଳ ଅଞ୍ଚଳରେ […]

rahul-gaurrrr

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 07:31 AM IST

ଭୁବନେଶ୍ୱର: ପାହାଳ ଜମି ଜାଲିଆତି ମାମଲାରେ ନୋଏଡ଼ାରୁ ଗିରଫ ବିଲଡର ରାହୁଲ ଗୌରକୁ ଆଜି ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱର ଇକୋନୋମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲ୍ୟୁ) କାର୍ଯ୍ୟାଳୟରେ ରାହୁଲଙ୍କୁ ରଖାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ । ପରେ ଇଓଡବ୍ଲ୍ୟୁ ରାହୁଲଙ୍କୁ ରିମାଣ୍ଡରେ ନେଇପାରେ। ଗତ ୧୬ ତାରିଖ ରାତିରେ ନୋଏଡା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଅଧିକାରୀ ରାହୁଲଙ୍କୁ ଗିରଫ କରିଥିଲେ। ଗତକାଲି ତାଙ୍କୁ ନୋଏଡା କୋର୍ଟରେ ହାଜର କରାଯାଇଥିଲା। ରାହୁଲଙ୍କ ନାଁରେ ଭୁବନେଶ୍ୱର ଉପକଣ୍ଠ ପାହାଳ ଅଞ୍ଚଳରେ ସାଢେ ତିନି ଏକର ଜମିରେ ପ୍ରାୟ ୧୮ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି। ଗତ ଅକ୍ଟୋବର ୩୦ରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏ ନେଇ ଏକ ମାମଲା ରୁଜୁ କରିଥିଲା।

Related story