ପାହାଳ ଜମି ଜାଲିଆତି ମାମଲା: ନୋଏଡାରୁ ଅଭିଯୁକ୍ତ ବିଲଡର ରାହୁଲ ଗୌରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଇଓଡବ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ପାହାଳ ଜମି ଜାଲିଆତି ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜଣେ ବିଲଡରକୁ ନୋଏଡା ଅଞ୍ଚଳରୁ ସୋମବାର ଗିରଫ କରିଛି। ତାଙ୍କ ନାଁ ରାହୁଲ ଗୌର। ରାହୁଲ ଭୁବନେଶ୍ୱର ଉପକଣ୍ଠ ପାହାଳ ଅଞ୍ଚଳରେ ସାଢେ ତିନି ଏକର ଜମିରେ ପ୍ରାୟ ୧୮ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ତେବେ ଏନେଇ କ୍ରାଇମବ୍ରାଞ୍ଚର ଇଓଡ଼ବ୍ୟୁରେ ଅଭିଯୋଗ ହେବା ପରେ ୨୦୧୫ରେ କ୍ରାଇମବ୍ରାଞ୍ଚ ବିଭିନ୍ନ ଜାଗାରେ ଚଢାଉ କରିବା ଆରମ୍ଭ କରିଥିଲା। ତେବେ […]

rahul gaur

Rakesh Mallick
  • Published: Tuesday, 17 November 2015
  • , Updated: 17 November 2015, 08:06 AM IST

ଭୁବନେଶ୍ୱର: ଭୁବନେଶ୍ୱର ପାହାଳ ଜମି ଜାଲିଆତି ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜଣେ ବିଲଡରକୁ ନୋଏଡା ଅଞ୍ଚଳରୁ ସୋମବାର ଗିରଫ କରିଛି। ତାଙ୍କ ନାଁ ରାହୁଲ ଗୌର। ରାହୁଲ ଭୁବନେଶ୍ୱର ଉପକଣ୍ଠ ପାହାଳ ଅଞ୍ଚଳରେ ସାଢେ ତିନି ଏକର ଜମିରେ ପ୍ରାୟ ୧୮ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ତେବେ ଏନେଇ କ୍ରାଇମବ୍ରାଞ୍ଚର ଇଓଡ଼ବ୍ୟୁରେ ଅଭିଯୋଗ ହେବା ପରେ ୨୦୧୫ରେ କ୍ରାଇମବ୍ରାଞ୍ଚ ବିଭିନ୍ନ ଜାଗାରେ ଚଢାଉ କରିବା ଆରମ୍ଭ କରିଥିଲା। ତେବେ ରାହୁଲ ନୋଏଡା ଅଞ୍ଚଳରେ ଲୁଚି ରହିଥିବା ଜାଣିବା ପରେ ଗତକାଲି କ୍ରାଇମବ୍ରାଞ୍ଚର ଏକ ଟିମ୍ ତାଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ ନୋଏଡାର ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯିବ। ଭୁବନେଶ୍ୱର ପହଞ୍ଚିବା ପରେ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ପାଇଁ ପଚରାଉଚରା କରିବ। ଏହି ସଂସ୍ଥାର ଆଉ କେତେକ ବ୍ୟକ୍ତି ଘଟଣାରେ ସାମିଲ ଥିବା କ୍ରାଇମବ୍ରାଞ୍ଚ ଅନୁମାନ କରୁଛି।

Related story