ପାରାଦୀପ ସିୱେଜ୍‌ ସିପିଂ ଜିଏମ୍‌ ହତ୍ୟା ମାମଲା: ମହିମା ଓ ତାଙ୍କ ପୁଅଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର/ଜଗତସିଂହପୁର: ପାରାଦୀପ ସିୱେଜ୍‌ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଛନ୍ଦି ହୋଇପଡ଼ିଥିବା ଶିଳ୍ପପତି ମହିମା ମିଶ୍ରଙ୍କ ସମସ୍ୟା ଜଟିଳ ହେବାରେ ଲାଗିଛି। ଆଜି ମହିମା ଓ ତାଙ୍କ ପୁଅ ଚର୍ଚ୍ଚିତଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ କରିଛି କମିଶନରେଟ୍‌ ପୋଲିସ୍‌। ଅନ୍ୟପକ୍ଷରେ ଜଗତସିଂହପୁର ପୋଲିସ୍‌ର ଏକ ଟିମ୍‌ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ଓଏସ୍‌ଏଲ୍‌ କମ୍ପାନୀ ହେଲିକପ୍ଟରକୁ ଯାଞ୍ଚ କରିଛି। ଆବଶ୍ୟକ ହେଲେ ଓଏସ୍‌ଏଲ କମ୍ପାନୀର ଏହି ହେଲିକପ୍ଟରର ଲାଇସେନ୍ସ ରଦ୍ଦ କରାଯିବ ବୋଲି ପୋଲିସ୍‌ କହିଛି। […]

1mahima

Rakesh Mallick
  • Published: Wednesday, 23 November 2016
  • , Updated: 24 November 2016, 03:48 PM IST

ଭୁବନେଶ୍ୱର/ଜଗତସିଂହପୁର: ପାରାଦୀପ ସିୱେଜ୍‌ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଛନ୍ଦି ହୋଇପଡ଼ିଥିବା ଶିଳ୍ପପତି ମହିମା ମିଶ୍ରଙ୍କ ସମସ୍ୟା ଜଟିଳ ହେବାରେ ଲାଗିଛି। ଆଜି ମହିମା ଓ ତାଙ୍କ ପୁଅ ଚର୍ଚ୍ଚିତଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ କରିଛି କମିଶନରେଟ୍‌ ପୋଲିସ୍‌। ଅନ୍ୟପକ୍ଷରେ ଜଗତସିଂହପୁର ପୋଲିସ୍‌ର ଏକ ଟିମ୍‌ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ଓଏସ୍‌ଏଲ୍‌ କମ୍ପାନୀ ହେଲିକପ୍ଟରକୁ ଯାଞ୍ଚ କରିଛି। ଆବଶ୍ୟକ ହେଲେ ଓଏସ୍‌ଏଲ କମ୍ପାନୀର ଏହି ହେଲିକପ୍ଟରର ଲାଇସେନ୍ସ ରଦ୍ଦ କରାଯିବ ବୋଲି ପୋଲିସ୍‌ କହିଛି।

ଗତ ୨୬ ତାରିଖ ସକାଳେ ସ୍ୱାଇଁ ତାଙ୍କ ସ୍କର୍ପିଓରେ ଅଫିସ୍ ଯାଉଥିଲେ। ପାରାଦୀପ ଆମ୍ୱେଦକର ଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ। ଆତ୍ମରକ୍ଷା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାରେ ପୋଲିସ୍‌ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ମିଶାଇ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story