ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀକୁ ହତ୍ୟା କଲା ସ୍ୱାମୀ

ବଲାଙ୍ଗିର: ତୁଷୁରା ଥାନା ବନ୍ଧକେଡା ଗାଁରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ । ମୃତ ମହିଳା ହେଲେ ପଦ୍ମା ଭୋଇ । ପଦ୍ମାଙ୍କ ଗଳାକାଟି ହତ୍ୟା କରିବା ପରେ ତାଙ୍କ ସ୍ୱାମୀ ସନ୍ତୋଷ ଫେରାର ହୋଇଯାଇଛି । ଅନ୍ୟ ପୁରୁଷ ସହ ପଦ୍ମାଙ୍କ ସମ୍ପର୍କ ଥିବା ସନ୍ଦେହରେ ସନ୍ତୋଷ ପ୍ରଥମେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ସେଠାରେ ଚିକିତ୍ସା ହୋଇ ଘରକୁ […]

bolangiri

Rakesh Mallick
  • Published: Thursday, 12 November 2015
  • , Updated: 13 November 2015, 05:56 PM IST

ବଲାଙ୍ଗିର: ତୁଷୁରା ଥାନା ବନ୍ଧକେଡା ଗାଁରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ । ମୃତ ମହିଳା ହେଲେ ପଦ୍ମା ଭୋଇ । ପଦ୍ମାଙ୍କ ଗଳାକାଟି ହତ୍ୟା କରିବା ପରେ ତାଙ୍କ ସ୍ୱାମୀ ସନ୍ତୋଷ ଫେରାର ହୋଇଯାଇଛି । ଅନ୍ୟ ପୁରୁଷ ସହ ପଦ୍ମାଙ୍କ ସମ୍ପର୍କ ଥିବା ସନ୍ଦେହରେ ସନ୍ତୋଷ ପ୍ରଥମେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ସେଠାରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ। ସେ ପଦ୍ମାଙ୍କୁ ଜଙ୍ଗଲକୁ ଡାକି ନେଇ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବରପାଇ ତୁଷୁରା ଥାନା ପୋଲିସ୍ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରୁ ପୋଲିସ ଦୁଇଟି ଦା ଜବତ କରି ତଦନ୍ତ ଚଳାଇଛି।

Related story