ପାଟକୁରା ତେଣ୍ଡାକୁଡ଼ା ଗୁଳି ମାଡ଼ ଘଟଣା: ଆହତ ଯୁବକ ମୃତ, ଜଣେ ଅଟକ

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ତେଣ୍ଡାକୁଡ଼ା ମିରମହଲା ମୁସଲିମ ବସ୍ତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଅବଦୁଲ୍ ସତାର। ସୋମବାର ରାତିରେ ଅବଦୁଲ୍ ଗୋଲଡେନ୍ ଷ୍ଟାର କ୍ଳବ୍ ନିକଟରେ ବସିଥିବାବେଳେ ହଠାତ୍ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନିଆଯାଉ ଥିବା ବେଳେ, ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ସାହି ବିବାଦ ଓ ଗାଁ ମୁଖିଆଙ୍କୁ […]

death

Rakesh Mallick
  • Published: Tuesday, 08 December 2015
  • , Updated: 08 December 2015, 05:02 AM IST

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ତେଣ୍ଡାକୁଡ଼ା ମିରମହଲା ମୁସଲିମ ବସ୍ତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଅବଦୁଲ୍ ସତାର। ସୋମବାର ରାତିରେ ଅବଦୁଲ୍ ଗୋଲଡେନ୍ ଷ୍ଟାର କ୍ଳବ୍ ନିକଟରେ ବସିଥିବାବେଳେ ହଠାତ୍ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନିଆଯାଉ ଥିବା ବେଳେ, ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସାହି ବିବାଦ ଓ ଗାଁ ମୁଖିଆଙ୍କୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ପୋଲିସ୍ ମଙ୍ଗଳବାର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Related story