ପାଟକୁରା: ମହିଳାଙ୍କୁ ଆକ୍ରମଣ କରି ଚୋରି

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅର୍ନ୍ତଗତ ନରିଲୋ ଗ୍ରାମରେ ଜଣେ ମହିଳାଙ୍କୁ ଆକ୍ରମଣ କରି କିଛି ଦୁର୍ବୃତ୍ତ ଘରୁ ଚୋରି କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚୋରମାନେ କବାଟ ଭାଙ୍ଗି ଘରେ ପଶିବା ପରେ ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରମାନେ ନେଇଯାଇଥିବା ଆଟାଚ୍‌କୁ ନିକଟସ୍ଥ ବିଲରେ ପକାଇ ଦେଇଥିଲେ। ପୋଲିସ ସେଗୁଡିକୁ […]

patkura

Rakesh Mallick
  • Published: Saturday, 25 February 2017
  • , Updated: 25 February 2017, 04:06 PM IST

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅର୍ନ୍ତଗତ ନରିଲୋ ଗ୍ରାମରେ ଜଣେ ମହିଳାଙ୍କୁ ଆକ୍ରମଣ କରି କିଛି ଦୁର୍ବୃତ୍ତ ଘରୁ ଚୋରି କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚୋରମାନେ କବାଟ ଭାଙ୍ଗି ଘରେ ପଶିବା ପରେ ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରମାନେ ନେଇଯାଇଥିବା ଆଟାଚ୍‌କୁ ନିକଟସ୍ଥ ବିଲରେ ପକାଇ ଦେଇଥିଲେ। ପୋଲିସ ସେଗୁଡିକୁ ଜବତ କରିଛି।

Related story