ଫୁଲବାଣୀ: ଘରୋଇ କାର୍ଯ୍ୟରେ ନିୟୋଜିତ ନାବାଳିକା ଉଦ୍ଧାର, ନିର୍ଯାତନା ଅଭିଯୋଗ

ଫୁଲବାଣୀ: ଫୁଲବାଣୀର ଅରବିନ୍ଦ ନଗରରେ ଘରୋଇ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ୧୪ ବର୍ଷର ବାଳିକାକୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ସୋମବାର ଚାଇଲ୍ଡ ଲାଇନର ସହାୟତାରେ ଏଠାରେ ଥିବା ଜଣେ ମହିଳାଙ୍କ ଘରୁ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛି। ସାମାନ୍ୟ କଥାରେ ଘରର ମାଲିକାଣୀ ସମ୍ପୃକ୍ତ ନାବାଳିକାକୁ ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଉଥିଲେ। ନାବାଳିକାର ଗୋଡ଼, ହାତ, ମୁହଁ ଓ ଦେହରେ ବହୁ କ୍ଷତ ଚିହ୍ନ ରହିଛି। ଏ ନେଇ ଫୁଲବାଣୀ […]

phulabani-re-nabalikanku-attack

Rakesh Mallick
  • Published: Monday, 07 December 2015
  • , Updated: 07 December 2015, 12:40 PM IST

ଫୁଲବାଣୀ: ଫୁଲବାଣୀର ଅରବିନ୍ଦ ନଗରରେ ଘରୋଇ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ୧୪ ବର୍ଷର ବାଳିକାକୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ସୋମବାର ଚାଇଲ୍ଡ ଲାଇନର ସହାୟତାରେ ଏଠାରେ ଥିବା ଜଣେ ମହିଳାଙ୍କ ଘରୁ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛି। ସାମାନ୍ୟ କଥାରେ ଘରର ମାଲିକାଣୀ ସମ୍ପୃକ୍ତ ନାବାଳିକାକୁ ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଉଥିଲେ। ନାବାଳିକାର ଗୋଡ଼, ହାତ, ମୁହଁ ଓ ଦେହରେ ବହୁ କ୍ଷତ ଚିହ୍ନ ରହିଛି। ଏ ନେଇ ଫୁଲବାଣୀ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଛି।

Related story