ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ମାମଲା ରୁଜୁ କଲେ ଜେଲ୍ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ଠକେଇରେ ଫସି ଝାରପଡ଼ା ଜେଲ୍‌ରେ ଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ସଂସ୍ଥା ମୁଖ୍ୟ ପ୍ରଦୀପ ସେଠୀ ଶନିବାର ରାତିରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣାରେ ଜେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ୍ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଜେଲ୍ ଆଇଜି ଅରୁଣ କୁମାର ରାୟ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଶନିବାର ରାତି ପ୍ରାୟ ସାଢ଼େ ନଅଟା ବେଳେ ପ୍ରଦୀପ ସେଠୀ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ହାତରେ […]

pradeep

pradeep

Rakesh Mallick
  • Published: Monday, 01 August 2016
  • Updated: 01 August 2016, 06:29 PM IST

Sports

Latest News

arunଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ଠକେଇରେ ଫସି ଝାରପଡ଼ା ଜେଲ୍‌ରେ ଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ସଂସ୍ଥା ମୁଖ୍ୟ ପ୍ରଦୀପ ସେଠୀ ଶନିବାର ରାତିରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣାରେ ଜେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ୍ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଜେଲ୍ ଆଇଜି ଅରୁଣ କୁମାର ରାୟ ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଶନିବାର ରାତି ପ୍ରାୟ ସାଢ଼େ ନଅଟା ବେଳେ ପ୍ରଦୀପ ସେଠୀ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି। ଏ ନେଇ ଜେଲ୍‌ର ମେଡିକାଲ୍‌ ଅଫିସ୍‌ର ତାଙ୍କ ରିପୋର୍ଟ ଦେଇଛନ୍ତି।”

ଜେଲ୍ ଆଇଜି କହିଛନ୍ତି,“ପ୍ରଦୀପ ସେଠୀ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି। ଆଇନ ଅନୁଯାୟୀ ଆତ୍ମହତ୍ୟା ଉଦ୍ୟମ ଏକ ଅପରାଧ। ତେଣୁ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ ତାଙ୍କ ବିରୁଦ୍ଧରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି।”

ଆବଶ୍ୟକ ପଡ଼ିଲେ କୋର୍ଟରୁ ଅନୁମତି ଆଣି ପ୍ରଦୀପଙ୍କୁ ଏକ ସିଙ୍ଗିଲ୍ ସେଲ୍‌ରେ ରଖାଯିବ ବୋଲି ଜେଲ୍ ଆଇଜି ଅରୁଣ ରାୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos