ପ୍ରେସ୍‌ଛକ ବୋମାମାଡ଼ ଘଟାଣା: ଜାମିନ ପାଇଁ ହାଇକୋର୍ଟ ଗଲେ ମହିମା

କଟକ: ୨୦୧୩ ମସିହା କଟକ ପ୍ରେସଛକ ବୋମାମାଡ଼ ଓ ଆଇନ୍‌ଜୀବୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଶିଳ୍ପପତି ମହିମା ମିଶ୍ର ହାଇକୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି। ଗତକାଲି କଟକ ଜିଲ୍ଲା ଜଜ ଏହି ମାମଲାରେ ମହିମାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଘଟଣାର ୪ ବର୍ଷ ପରେ ସହ ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ତାଙ୍କୁ ଗିରଫ କରିବା ବେଆଇନ୍‌ ଦର୍ଶାଇ ହାଇକୋର୍ଟଙ୍କୁ ଜାମନ ଲାଗି ପ୍ରାର୍ଥନା କରିଛନ୍ତି ମହିମା। ଏହା […]

OrissaHighCourt

OrissaHighCourt

Rakesh Mallick
  • Published: Wednesday, 08 February 2017
  • Updated: 08 February 2017, 09:53 PM IST

Sports

Latest News

କଟକ: ୨୦୧୩ ମସିହା କଟକ ପ୍ରେସଛକ ବୋମାମାଡ଼ ଓ ଆଇନ୍‌ଜୀବୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଶିଳ୍ପପତି ମହିମା ମିଶ୍ର ହାଇକୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି। ଗତକାଲି କଟକ ଜିଲ୍ଲା ଜଜ ଏହି ମାମଲାରେ ମହିମାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଘଟଣାର ୪ ବର୍ଷ ପରେ ସହ ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ତାଙ୍କୁ ଗିରଫ କରିବା ବେଆଇନ୍‌ ଦର୍ଶାଇ ହାଇକୋର୍ଟଙ୍କୁ ଜାମନ ଲାଗି ପ୍ରାର୍ଥନା କରିଛନ୍ତି ମହିମା। ଏହା ପୂର୍ବରୁ ଏହି ମାମଲାକୁ ରଦ୍ଦ କରିବା ଲାଗି ମହିମା କରିଥିବା ଆବେଦନ ହାଇକୋର୍ଟରେ ବିଚାରାଧୀନ ଅଛି। ସେହିପରି ପାରାଦୀପ ସିୱେଜ୍‌ ଜିଏମ୍‌  ହତ୍ୟା ମାମଲାରେ ମଧ୍ୟ ମହିମାଙ୍କ ଜାମିନ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos