ପୁରୀ: ନଇଁଗୁଆଁରୁ ୪ ବୋମା ଜବତ

ପୁରୀ: ପୁରୀ ସଦର ଥାନା ଅର୍ନ୍ତଗତ ରାଏଗୋରଡ଼ା ପଞ୍ଚାୟତ ନଇଁଗୁଆଁ ଗାଁରୁ ପୋଲିସ ରବିବାର ୪ଟି ହାତ ବୋମା ଜବତ କରି ନିଷ୍କ୍ରିୟ କରିଛି। ପୂର୍ବତନ ସରପଞ୍ଚ ରାଜଶେଖର ସ୍ୱାଇଁଙ୍କ ବାଡିରେ ଏକ ବ୍ୟାଗରେ ଏହି ୪ ବୋମା ରଖାଯାଇଥିଲା। ଗାଁରେ ରାସ୍ତା କାମକୁ ନେଇ ଗାଁର ଗୋଟିଏ ପରିବାର ସହ ରାଜଶେଖରଙ୍କ ବିବାଦ ଲାଗିରହିଥିଲା। ଉକ୍ତ ପରିବାର ତରଫରୁ ତାଙ୍କ ଉପରେ ବୋମା ମାଡ କରାଯିବାକୁ ଧମକ ଦିଆଯାଉଥିଲା। ତେଣୁ ସେମାନେ ହାତ ବୋମା ରଖିଥାଇ […]

boma

Rakesh Mallick
  • Published: Sunday, 22 November 2015
  • , Updated: 22 November 2015, 08:58 AM IST

ପୁରୀ: ପୁରୀ ସଦର ଥାନା ଅର୍ନ୍ତଗତ ରାଏଗୋରଡ଼ା ପଞ୍ଚାୟତ ନଇଁଗୁଆଁ ଗାଁରୁ ପୋଲିସ ରବିବାର ୪ଟି ହାତ ବୋମା ଜବତ କରି ନିଷ୍କ୍ରିୟ କରିଛି। ପୂର୍ବତନ ସରପଞ୍ଚ ରାଜଶେଖର ସ୍ୱାଇଁଙ୍କ ବାଡିରେ ଏକ ବ୍ୟାଗରେ ଏହି ୪ ବୋମା ରଖାଯାଇଥିଲା।

ଗାଁରେ ରାସ୍ତା କାମକୁ ନେଇ ଗାଁର ଗୋଟିଏ ପରିବାର ସହ ରାଜଶେଖରଙ୍କ ବିବାଦ ଲାଗିରହିଥିଲା। ଉକ୍ତ ପରିବାର ତରଫରୁ ତାଙ୍କ ଉପରେ ବୋମା ମାଡ କରାଯିବାକୁ ଧମକ ଦିଆଯାଉଥିଲା। ତେଣୁ ସେମାନେ ହାତ ବୋମା ରଖିଥାଇ ପାରନ୍ତି ବୋଲି ରାଜଶେଖର ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

Related story