ଚନ୍ଦନ ବେହେରାଙ୍କ ହତ୍ୟା ମାମଲା: ନିବେଦିତାଙ୍କୁ ରିମାଣ୍ଡରେ ଆଣିବ ପୋଲିସ

ପୁରୀ: ପୁରୀରେ ଆଇନ୍‌ଜୀବୀ ଚନ୍ଦନ ବେହେରା ହତ୍ୟା ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହ କରାଯାଉଛି। ସେଥିପାଇଁ ପୋଲିସ୍‌ ଚନ୍ଦନଙ୍କ ସ୍ତ୍ରୀ ନିବେଦିତାଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି। ଏଥିସହ ମୃତ ଚନ୍ଦନଙ୍କ ପରିବାର ଲୋକଙ୍କ ସହ ନିବେଦିତାଙ୍କ ବାପାଙ୍କୁ ପଚରାଉଚରା କରାଯାଇଛି। ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ନରେନ୍ଦ୍ର ଦାସ ଓରଫ ଲିଟୁଙ୍କ ସହ ୩ ହତ୍ୟାକାରୀ ଜଗା, କପିଳା ଓ ବରଜୁଙ୍କୁ ପୋଲିସ ମୁହାଁମୁହିଁ ଜେରା କରିସାରିଛି। ପୂର୍ବରୁ […]

hotel-maleka-death

hotel-maleka-death

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 09:48 PM IST

Sports

Latest News

ପୁରୀ: ପୁରୀରେ ଆଇନ୍‌ଜୀବୀ ଚନ୍ଦନ ବେହେରା ହତ୍ୟା ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହ କରାଯାଉଛି। ସେଥିପାଇଁ ପୋଲିସ୍‌ ଚନ୍ଦନଙ୍କ ସ୍ତ୍ରୀ ନିବେଦିତାଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି। ଏଥିସହ ମୃତ ଚନ୍ଦନଙ୍କ ପରିବାର ଲୋକଙ୍କ ସହ ନିବେଦିତାଙ୍କ ବାପାଙ୍କୁ ପଚରାଉଚରା କରାଯାଇଛି। ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ନରେନ୍ଦ୍ର ଦାସ ଓରଫ ଲିଟୁଙ୍କ ସହ ୩ ହତ୍ୟାକାରୀ ଜଗା, କପିଳା ଓ ବରଜୁଙ୍କୁ ପୋଲିସ ମୁହାଁମୁହିଁ ଜେରା କରିସାରିଛି।

ପୂର୍ବରୁ ପୋଲିସ ମାଷ୍ଟର ମାଇଣ୍ଡ ଲିଟୁ ଓ ୩ ଜଣ ହତ୍ୟାକାରୀଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପରେ ସାଇ କୁଟୀର ବିକ୍ରି ଷଡଯନ୍ତ୍ର ନେଇ କିଛି ସୁରାକ ପାଇଥିଲା। ତଦନ୍ତ ସମୟରେ ଦୁଇ ଜଣ ଓକିଲ ଏବଂ ଜଣେ ସାମ୍ୱାଦିକଙ୍କ ନାଁ ଆସିଥିଲେ ମଧ୍ୟ ହତ୍ୟା ପଛରେ ସିଧାସଳଖ ସେମାନଙ୍କ ସମ୍ପୃକ୍ତି ନ ଥିବା ଏସ୍‌ପି ସ୍ପଷ୍ଟ କରିଛନ୍ତି। ତଥାପି ତଦନ୍ତ ପ୍ରକ୍ରିୟା ଭିତରେ ଏମାନଙ୍କୁ ରଖାଯାଇଛି ବୋଲି ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos