ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ବେଳେ ଚୋରି ଉଦ୍ୟମ କରି କର୍ମଚାରୀ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିର ହୁଣ୍ଡିର ଟଙ୍କା ଗଣତି ବେଳେ ଚୋରି ଉଦ୍ୟମ କରି ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ତାଙ୍କ ନାଁ ଉମା ରଥ। ନାଟମମନ୍ଦିରରେ ରହିଥିବା ଶ୍ରୀମନ୍ଦିରର ମୁଖ୍ୟ ହୁଣ୍ଡିର ଟଙ୍କାକୁ ନାଭିକଟା ମଣ୍ଡପରେ ଗହଣି କରାଯାଉଥିବା ବେଳେ ଉମା କିଛି ଟଙ୍କା ପକେଟରେ ପୂରାଉଥିଲେ। ଏହି ସମୟରେ ପାଖରେ ଥିବା କର୍ମଚାରୀ ତାଙ୍କୁ ଧରି ପକାଇ ଥିଲେ। ସିସିଟିଭି ଫୁଟେଜ୍‌ରୁ ଏହି ଘଟଣା ସ୍ପଷ୍ଟ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏ ସଂପର୍କରେ ଅବଗତ […]

puri

Rakesh Mallick
  • Published: Tuesday, 13 December 2016
  • , Updated: 13 December 2016, 08:22 AM IST

ପୁରୀ: ଶ୍ରୀମନ୍ଦିର ହୁଣ୍ଡିର ଟଙ୍କା ଗଣତି ବେଳେ ଚୋରି ଉଦ୍ୟମ କରି ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ତାଙ୍କ ନାଁ ଉମା ରଥ।

ନାଟମମନ୍ଦିରରେ ରହିଥିବା ଶ୍ରୀମନ୍ଦିରର ମୁଖ୍ୟ ହୁଣ୍ଡିର ଟଙ୍କାକୁ ନାଭିକଟା ମଣ୍ଡପରେ ଗହଣି କରାଯାଉଥିବା ବେଳେ ଉମା କିଛି ଟଙ୍କା ପକେଟରେ ପୂରାଉଥିଲେ। ଏହି ସମୟରେ ପାଖରେ ଥିବା କର୍ମଚାରୀ ତାଙ୍କୁ ଧରି ପକାଇ ଥିଲେ।

ସିସିଟିଭି ଫୁଟେଜ୍‌ରୁ ଏହି ଘଟଣା ସ୍ପଷ୍ଟ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲା। ଉମାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନିଲମ୍ବିତ କରିଛନ୍ତି।

Related story