ପୁରୀ: ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନକୁ ନେଇ ସସପେନ୍ସ ଜାରି ରହିଛି । ସୁବାସ ଘର ତାମିଲନାଡୁର କେଉଁଠି, ସେ ବୟାନରେ କହିଥିବା ତା'ର ସାଥୀମାନେ କିଏ, କେଉଁ ସଂଗଠନ ସହିତ ତାର ଲିଙ୍କ୍ ରହିଛି କି ନାହିଁ ତାର ଖିଅ ଖୋଜୁଛନ୍ତି ତଦନ୍ତକାରୀ ସଂସ୍ଥା। ଆଜି ବି ଏନ୍ଆଇଏ ଏସପି ରାଜ୍ୟ ଗୁଇନ୍ଦା ବିଭାଗ ସହ ମିଶି ସୁବାସକୁ ଜେରା କରୁଛନ୍ତି। ଜେରା ବେଳେ ସୁବାସ ଉତ୍ତମ, ଗୋପାଳ, ଅସରଫ୍ ନାଁ ନେଇଛି । ସେମାନେ ତାର ସାଙ୍ଗ ବୋଲି ସେ କହିଛି । ସୁବାସ ସହିତ ଏମାନଙ୍କ କ’ଣ ସମ୍ପର୍କ, ଏମାନେ ଆତଙ୍କବାଦୀ ସଂଗଠନର ସଦସ୍ୟ କି, ସୁବାସ କହୁଥିବା କଥା ସତ ନାଁ ମିଛ ଏମିତି ସବୁ ପ୍ରଶ୍ନକୁ ନେଇ ତନାଘନା ଚଳାଇଛି ଏନଆଇଏ ଓ ରାଜ୍ୟ ଗୁଇନ୍ଦା ବିଭାଗ।