ଆଜି ସରୁଛି ପୁରୀ ସିରିଜ ଟ୍ରେନ ପୋଡି ଘଟଣାରେ ଗିରଫ ଅଭିଯୁକ୍ତ ସୁବାସର ରିମାଣ୍ଡ

ପୁରୀ: ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନର ଆଜି ରିମାଣ୍ଡ ଅବଧି ସରୁଛି। ତାକୁ ପୁରୀ ଏସଡିଜେଏମ୍ କୋର୍ଟରେ ହାଜର କରାଯିବ। ସେପଟେ ୩ଦିନର ଏହି ରିମାଣ୍ଡରେ ସୁବାସଠାରୁ ଏନ୍ଆଇଏ ଅଧିକାରୀ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା କୁହାଯାଉଛି। ଜେରାବେଳେ ସୁବାସ ଉତ୍ତମ, ଗୋପାଳ, ଅସରଫ୍ ନାମକ ୩ଜଣଙ୍କ ନାଁ ନେଇଛି।  ସୁବାସ ନେଇଥିବା ୩ଜଣଙ୍କ ସହିତ ତା’ର ସମ୍ପର୍କ କ’ଣ, ଏମାନେ ଆତଙ୍କବାଦୀ ସଂଗଠନ ସହ ଜଡିତ କି […]

puri train-podi-ra-mukya-abhijukta-subas

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 03:18 AM IST

ପୁରୀ: ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନର ଆଜି ରିମାଣ୍ଡ ଅବଧି ସରୁଛି। ତାକୁ ପୁରୀ ଏସଡିଜେଏମ୍ କୋର୍ଟରେ ହାଜର କରାଯିବ। ସେପଟେ ୩ଦିନର ଏହି ରିମାଣ୍ଡରେ ସୁବାସଠାରୁ ଏନ୍ଆଇଏ ଅଧିକାରୀ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା କୁହାଯାଉଛି। ଜେରାବେଳେ ସୁବାସ ଉତ୍ତମ, ଗୋପାଳ, ଅସରଫ୍ ନାମକ ୩ଜଣଙ୍କ ନାଁ ନେଇଛି।  ସୁବାସ ନେଇଥିବା ୩ଜଣଙ୍କ ସହିତ ତା’ର ସମ୍ପର୍କ କ’ଣ, ଏମାନେ ଆତଙ୍କବାଦୀ ସଂଗଠନ ସହ ଜଡିତ କି ନୁହେଁ, ସୁବାସ କେତେ ସତ କହୁଛି ତାହାର ଖୋଳତାଡ କରୁଛନ୍ତି ତଦନ୍ତକାରୀ ସଂସ୍ଥା।

ରବିବାର ଏନ୍ଆଇଏ ଏସପି ପ୍ରଶାନ୍ତ କୁମାର ରାଜ୍ୟ ଗୁଇନ୍ଦା ବିଭାଗ ସହ ମିଶି ସୁବାସକୁ ଜେରା କରିଥିଲେ। ସେ ଆଜି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ଥିବାରୁ ତାଙ୍କ ରିପୋର୍ଟରୁ ହିଁ ପୁରୀ ଟ୍ରେନ୍ ପୋଡ଼ି ଘଟଣାର ତଦନ୍ତ ଏନ୍ଆଇଏ କରିବ କି ନାହିଁ, ତାହା ସ୍ପଷ୍ଟ ହେବ। ଅପରପକ୍ଷେ ରିମାଣ୍ଡ ସମୟରେ ସୁବାସର ପଲିଗ୍ରାଫି ଟେଷ୍ଟ ହୋଇ ପାରି ନ ଥିବାରୁ ତାକୁ ପୁଣି ଥରେ ରିମାଣ୍ଡରେ ନିଆଯିବାର ମଧ୍ୟ ସମ୍ଭାବନା ରହିଛି।

Related story