ପୁରୀରେ ଟ୍ରେନ୍ ପୋଡ଼ି ଘଟଣା: ଅଭିଯୁକ୍ତ ରାମଚନ୍ଦ୍ରନର ପଲିଗ୍ରାଫ୍ ଟେଷ୍ଟ ଲାଗି ଅନୁମତି ଦେଲେ କୋର୍ଟ

ପୁରୀ: ପୁରୀ ଟ୍ରେନ୍ ପୋଡ଼ି ଘଟଣାର ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସର ପଲିଗ୍ରାଫ ଟେଷ୍ଟ କରାଯିବ। ଏନେଇ ପୁରୀ ଏସଡିଜେଏମ୍ କୋର୍ଟ ଆଜି ଅନୁମତି ପ୍ରଦାନ କରିଛନ୍ତି । ପଲିଗ୍ରାଫ୍ ଟେଷ୍ଟରୁ ଟ୍ରେନ ପୋଡି ଘଟଣା ପଛରେ ଆଉ କାହାର ହାତ ରହିଛି ସେନେଇ ପୋଲିସ ଅଧିକ ସୁରାଗ ପାଇପାରିବ ବୋଲି ଆଶା ରଖିଛି। ସେପଟେ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସକୁ ମାରାଥନ ଜେରା କରିଛି ଆରପିଏଫ୍। ଗୟା, ମୋଗଲସରାଇ, ପଶ୍ଚିମବଙ୍ଗରୁ ଆରପିଏଫ୍ ଟିମ୍ ଆସି ରାମଚନ୍ଦ୍ରନକୁ ଜେରା କରୁଛନ୍ତି। ଗିରଫ […]

puri

Rakesh Mallick
  • Published: Saturday, 21 November 2015
  • , Updated: 21 November 2015, 01:07 PM IST

ପୁରୀ: ପୁରୀ ଟ୍ରେନ୍ ପୋଡ଼ି ଘଟଣାର ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସର ପଲିଗ୍ରାଫ ଟେଷ୍ଟ କରାଯିବ। ଏନେଇ ପୁରୀ ଏସଡିଜେଏମ୍ କୋର୍ଟ ଆଜି ଅନୁମତି ପ୍ରଦାନ କରିଛନ୍ତି । ପଲିଗ୍ରାଫ୍ ଟେଷ୍ଟରୁ ଟ୍ରେନ ପୋଡି ଘଟଣା ପଛରେ ଆଉ କାହାର ହାତ ରହିଛି ସେନେଇ ପୋଲିସ ଅଧିକ ସୁରାଗ ପାଇପାରିବ ବୋଲି ଆଶା ରଖିଛି।

ସେପଟେ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସକୁ ମାରାଥନ ଜେରା କରିଛି ଆରପିଏଫ୍। ଗୟା, ମୋଗଲସରାଇ, ପଶ୍ଚିମବଙ୍ଗରୁ ଆରପିଏଫ୍ ଟିମ୍ ଆସି ରାମଚନ୍ଦ୍ରନକୁ ଜେରା କରୁଛନ୍ତି। ଗିରଫ ପରେ ଅଭିଯୁକ୍ତ ରାମଚନ୍ଦ୍ରନକୁ ରିମାଣ୍ଡରେ ଆଣିଛି ରେଳବାଇ ପୋଲିସ୍। ଗତ ୧୩ ତାରିଖରେ ପୁରୀ ଷ୍ଟେସନରେ ଲାଗ ଲାଗ ତିନି ତିନିଟି ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏହି ଘଟଣା ପଛରେ କାହାର ହାତ ରହିଛି ସେ ନେଇ ଖୋଳତାଡ଼ ଜାରି ରଖିଛି ରେଳବାଇ ପୋଲିସ୍।

Related story