ଟ୍ରେନ୍ ପୋଡି ମାମଲା: ରିମାଣ୍ଡ ଶେଷ, ପୁରୀ ଜେଲ ଗଲା ଅଭିଯୁକ୍ତ ସୁବାସ

ପୁରୀ: ପୁରୀ ଟ୍ରେନ୍ ପୋଡି ଘଟଣାରେ ଗିରଫ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସର ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ପୁରୀ ଜେଲକୁ ପଠାଇ ଦିଆଯାଇଛି। ସେପଟେ ହରିଦ୍ୱାର ଜିଆରପିର ୩ ଜଣିଆ ଟିମ୍ ଆଜି ପୁରୀରେ ପହଞ୍ଚିଛି। ନଭେମ୍ୱର ୪ ତାରିଖରେ ହରିଦ୍ୱାରରେ ଏକ ଟ୍ରେନ୍ ପୋଡ଼ି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଟିମ୍ ସୁବାସକୁ ଜେରା କରିଛି। ଜିଆରପି ପକ୍ଷରୁ ୧୬୧ ବୟାନ ରେକର୍ଡ ପାଇଁ ଆବେଦନ ହେବା ପରେ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। […]

puri train-podi-ra-mukya-abhijukta-subas

Rakesh Mallick
  • Published: Tuesday, 01 December 2015
  • , Updated: 01 December 2015, 04:31 PM IST

ପୁରୀ: ପୁରୀ ଟ୍ରେନ୍ ପୋଡି ଘଟଣାରେ ଗିରଫ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସର ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ପୁରୀ ଜେଲକୁ ପଠାଇ ଦିଆଯାଇଛି। ସେପଟେ ହରିଦ୍ୱାର ଜିଆରପିର ୩ ଜଣିଆ ଟିମ୍ ଆଜି ପୁରୀରେ ପହଞ୍ଚିଛି। ନଭେମ୍ୱର ୪ ତାରିଖରେ ହରିଦ୍ୱାରରେ ଏକ ଟ୍ରେନ୍ ପୋଡ଼ି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଟିମ୍ ସୁବାସକୁ ଜେରା କରିଛି। ଜିଆରପି ପକ୍ଷରୁ ୧୬୧ ବୟାନ ରେକର୍ଡ ପାଇଁ ଆବେଦନ ହେବା ପରେ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି।

ଶନିବାର ସୁବାସକୁ ୩ ଦିନିଆ ରିମାଣ୍ଡରେ ନେବା ପରେ ଭୁବନେଶ୍ୱର ଅଣାଯାଇଥିଲା। ତେବେ ରିମାଣ୍ଡ ଅବଧି ଭିତରେ ସୁବାସର ପଲିଗ୍ରାଫ ଟେଷ୍ଟ ହୋଇଛି ନା ନାହିଁ, କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ନେଇ ତଦନ୍ତ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Related story