ପୁରୀ: ପୁରୀ ସିରିଜ୍ ଟ୍ରେନ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନର ୩ଦିନିଆ ରିମାଣ୍ଡ ଆଜି ଶେଷ ହୋଇଛି। ତାକୁ ଜେଲକୁ ପଠାଇ ଦିଆଯାଇଛି। ଗତକାଲି ଭୁବନେଶ୍ୱରରେ ସୁବାସର କରାଯାଇଥିବା ଲାଏ ଡିଟେକସନ୍ ଟେଷ୍ଟର ରିପୋର୍ଟକୁ ଏସଡିଜେଏମ୍ କୋର୍ଟଙ୍କୁ ପୁରୀ ଜିଆରପି ପ୍ରଦାନ କରିଛି।
ସୁବାସକୁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଛି ଉତ୍ତରାଖଣ୍ଡର ହରିଦ୍ୱାର ରେଳବାଇ ପୋଲିସ। ଗତ ୪ତାରିଖରେ ହରିଦ୍ୱାରରେ ଏକ ଟ୍ରେନ ପୋଡି ଘଟଣାରେ ସୁବାସ ସମ୍ପୃକ୍ତ ଥିବା ସେଠିକାର ଜିଆରପିର ପଚରାଉଚରା ବେଳେ ସ୍ୱୀକାର କରିଛି। ୪ଜଣଙ୍କ ସହ ମିଶି ସୁବାସ ସେଠାରେ ନିଆଁ ଲଗାଇଥିବା ଓ ଏ ନେଇ ଏକ ମାମଲା ରୁଜୁ ହୋଇଥିବା ହାବିଲଦାର ଓମବୀର ସିଂହ ସୂଚନା ଦେଇଛନ୍ତି।