ରାୟଗଡ଼ା: ରାୟଗଡ଼ାରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଜିଆରପି ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଚିନ୍ତଲିଗୁଡ଼ା ଗାଁର ଗଣେଶ ମେଲେକା ଓ ଟିଟିଲାଗଡ଼ ଅଞ୍ଚଳର ନରେଶ୍ ବାଗ୍।
ଗତ ୧୧ ତାରିଖ ରାତିରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କ ସହ ରାୟଗଡ଼ା ଆସିଥିଲେ। ନାବାଳିକା ଜଣଙ୍କ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଦୁଇ ଅଭିଯୁକ୍ତ ତାଙ୍କୁ ରେଳ ଷ୍ଟେସନଠାରୁ କିଛି ଦୂରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଆର୍ପିଏଫ୍ ଥାନା ପୋଲିସ୍ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଜିଆରପିକୁ ହସ୍ତାନ୍ତର କରିଥିଲା।