ରାୟଗଡା: ଚିଟଫଣ୍ଡ ସଂସ୍ଥା ସାଇ ପରଫେକଟ୍ ପ୍ରସପରିଟି ଉପରେ ଆଜି ସିବିଆଇ ଚଢଉ କରିଛି। ରାୟଗଡା ସହରର ତୁମ୍ୱିଗୁଡାରେ ଥିବା ସାଇ ପରଫେକଟ୍ ପ୍ରସପରିଟି କମ୍ପାନୀ କାର୍ଯ୍ୟାଳୟ ସହ ଟିକିରି ଓ ଚାନ୍ଦିଲି ଶାଖା କାର୍ଯ୍ୟାଳୟରେ ପହଞ୍ଚି ଛାନଭିନ୍ କରିଛି। ସିବିଆଇର ଏକ ଟିମ୍ ଚଢଉ ସମୟରେ କମ୍ପାନୀର ବହୁ କାଗଜପତ୍ର ସିବିଆଇ ଜବତ କରିଛି ।
ଏହି ଚିଟଫଣ୍ଡ ସଂସ୍ଥା ୨୦୧୨ ମସିହାରୁ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଫିସ୍ ଖୋଲି କୋଟି କୋଟି ଟଙ୍କା ଠକି ନେଇ ୨୦୧୪ ମସିହାରେ ବନ୍ଦ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏ ନେଇ ଜମାକାରୀମାନେ ଥାନାରେ ଏତଲା ଦେଇଥିଲେ।