ରାୟଗଡ଼ା: ମ୍ୟୁନିସିପାଲଟି କର୍ମଚାରୀଙ୍କଠାରୁ ୧. ୬୨ ଲକ୍ଷ ଲୁଟ୍

ରାୟଗଡ଼ା: ରାୟଗଡ଼ା ସହରରେ ଶୁକ୍ରବାର ଜଣେ ମ୍ୟୁନିସିପାଲଟି କର୍ମଚାରୀଙ୍କଠାରୁ ଏକ ଲକ୍ଷ ୬୨ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଆଜି ଦିନ ୧୧ଟା ସମୟରେ ସେ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ଗାନ୍ଧି ପାର୍କ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ ସାଇକେଲକୁ ଠେଲି ଦେଇ ଟଙ୍କା ବ୍ୟାଗ୍ ଧରି ପଳାଇ ଯାଇଥିଲେ। ଏନେଇ ସେ ରାୟଗଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଧରି ସହରର ବିଭିନ୍ନ ସ୍ଥାନରେ ତନାଘନା […]

loot2

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 11:00 AM IST

ରାୟଗଡ଼ା: ରାୟଗଡ଼ା ସହରରେ ଶୁକ୍ରବାର ଜଣେ ମ୍ୟୁନିସିପାଲଟି କର୍ମଚାରୀଙ୍କଠାରୁ ଏକ ଲକ୍ଷ ୬୨ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଆଜି ଦିନ ୧୧ଟା ସମୟରେ ସେ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ଗାନ୍ଧି ପାର୍କ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ ସାଇକେଲକୁ ଠେଲି ଦେଇ ଟଙ୍କା ବ୍ୟାଗ୍ ଧରି ପଳାଇ ଯାଇଥିଲେ। ଏନେଇ ସେ ରାୟଗଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଧରି ସହରର ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛି। ଖବୁଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Related story