ଦୁର୍ବୃତ୍ତଙ୍କ ଆକ୍ରମଣରେ ଆର୍‌ଟିଓ କର୍ମଚାରୀ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ଡ୍ୟୁଟିରେ ଥିବା ଆରଟିଓ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଆର୍‌ଟିଓ କର୍ମଚାରୀମାନେ ହେଲେ ଟିଆଇ ପ୍ରତୀପ ପଟ୍ଟନାୟକ ଓ କନେଷ୍ଟବଳ ଶିବରାମ ଜେନା। ସେମାନଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ପରେ ଶିବରାମ ଜେନାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତି ପ୍ରାୟ ୨ଟା ସମୟରେ ଚଣ୍ଡିଖୋଲ ଆରଟିଓ ଅଫିସର ଓ ଟିଆଇ କର୍ମଚାରୀ […]

Rakesh Mallick
  • Published: Sunday, 03 September 2017
  • , Updated: 03 September 2017, 12:18 PM IST

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ଡ୍ୟୁଟିରେ ଥିବା ଆରଟିଓ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଆର୍‌ଟିଓ କର୍ମଚାରୀମାନେ ହେଲେ ଟିଆଇ ପ୍ରତୀପ ପଟ୍ଟନାୟକ ଓ କନେଷ୍ଟବଳ ଶିବରାମ ଜେନା। ସେମାନଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ପରେ ଶିବରାମ ଜେନାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଗତକାଲି ରାତି ପ୍ରାୟ ୨ଟା ସମୟରେ ଚଣ୍ଡିଖୋଲ ଆରଟିଓ ଅଫିସର ଓ ଟିଆଇ କର୍ମଚାରୀ ରଥିଆ ନିକଟରେ ଗାଡ଼ି ଚେକିଂ କରୁଥିଲେ। ହଠାତ୍ ୪ରୁ ୫ଜଣ ଦୁର୍ବୃତ୍ତ ସେମାନଙ୍କ ଉପରେ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଟିଆଇ ପ୍ରତୀପ ପଟ୍ଟନାୟକ ଓ କନେଷ୍ଟବଲ ଶିବରାମ ଜେନାଙ୍କ ମୁଣ୍ଡ ଫାଟି ଯାଇଥିଲା। ଧର୍ମଶାଳା ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Related story