ସାହାରୁଦ୍ଦିନଙ୍କୁ ପୁଣି ୩ ଦିନ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ଗ୍ରୀନ୍‌ରେ ଇଣ୍ଟରନ୍ୟାସନାଲ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ କମ୍ପାନୀର ନିର୍ଦ୍ଦେଶକ ମୀର୍‌ ସାହାରୁଦ୍ଦିନଙ୍କୁ ପୁଣି ୩ ଦିନ ରିମାଣ୍ଡରେ ନେଇଛି ସିବିଆଇ। ସାହାରୁଦ୍ଦିନଙ୍କୁ ୬ ଦିନ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ଏହାର ବିଚାର କରି କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଏହି ସମୟରେ ସାହାରୁଦ୍ଦିନଙ୍କ ରାଜ୍ୟ ଓ ରାଜ୍ୟ ବାହାର ଲିଙ୍କ ନେଇ ସିବିଆଇ ଖୋଲତାଡ଼ କରିବ। ଏହାସହ ଗୋଲଡ, ମାଇନ୍ସ, ଗାରମେଣ୍ଟ ବିଜନେସ୍‌, ପଲିଟିକାଲ ଲିଙ୍କ  […]

mir-1

Rakesh Mallick
  • Published: Friday, 10 February 2017
  • , Updated: 10 February 2017, 08:12 PM IST

ଭୁବନେଶ୍ୱର: ଗ୍ରୀନ୍‌ରେ ଇଣ୍ଟରନ୍ୟାସନାଲ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ କମ୍ପାନୀର ନିର୍ଦ୍ଦେଶକ ମୀର୍‌ ସାହାରୁଦ୍ଦିନଙ୍କୁ ପୁଣି ୩ ଦିନ ରିମାଣ୍ଡରେ ନେଇଛି ସିବିଆଇ। ସାହାରୁଦ୍ଦିନଙ୍କୁ ୬ ଦିନ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ଏହାର ବିଚାର କରି କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ଏହି ସମୟରେ ସାହାରୁଦ୍ଦିନଙ୍କ ରାଜ୍ୟ ଓ ରାଜ୍ୟ ବାହାର ଲିଙ୍କ ନେଇ ସିବିଆଇ ଖୋଲତାଡ଼ କରିବ। ଏହାସହ ଗୋଲଡ, ମାଇନ୍ସ, ଗାରମେଣ୍ଟ ବିଜନେସ୍‌, ପଲିଟିକାଲ ଲିଙ୍କ  ଓ ମିଡିଲମ୍ୟାନ ନେଇ ଅଧିକ ପଚରାଉଚରା କରାଯିବ।

ପୂର୍ବରୁ ସିବିଆଇ ସାହାରୁଦ୍ଦିନଙ୍କୁ ୬ ଦିନ ରିମାଣ୍ଡରେ ନେଇଥିଲା। ଆଜି ରିମାଣ୍ଡ ଅବଧି ସରିବା ପରେ ସାହାରୁଦ୍ଦିନଙ୍କୁ କୋର୍ଟରେ ହାଜର କରାଯାଇଥିଲା।

Related story