ସର୍ତ୍ତମୂଳକ ଜାମିନ ପରେ ଚୌଦ୍ୱାର ଜେଲରୁ ମୁକୁଳିଲା ସତ୍ୟମ୍

କଟକ: ପ୍ରାୟ ୩ ମାସର ଜେଲ୍ ରହଣୀ ପରେ ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ ଶୁକ୍ରବାର ଜେଲରୁ ମୁକୁଳିଛି । ତାକୁ ଜାମିନ୍ ପାଇଁ କେତୋଟି ସର୍ତ୍ତ ରଖିଥିଲେ କଟକ ‌ଏସଡିଜେଏମ୍ କୋର୍ଟ। କୋର୍ଟଙ୍କ ସର୍ତ୍ତମୁତାବକ ୫୦ହଜାର ଟଙ୍କାର ଦୁଇଟି ବେଲ୍ ବଣ୍ଡ ପ୍ରଦାନ ଓ ସମାନ ପ୍ରକାର ଅପରାଧରେ ସାମିଲ ନ ହେବା ପାଇଁ ଓକିଲଙ୍କ ଜରିଆରେ ଅବଗତ କରାଇବା ପରେ କୋର୍ଟ ଜାମିନ୍ ପ୍ରଦାନ କରିଥିଲେ। ଏହାପରେ ଶୁକ୍ରବାର ଅପରାହ୍ନ ୫ଟା ୪୫ […]

satyam

Rakesh Mallick
  • Published: Friday, 04 December 2015
  • , Updated: 05 December 2015, 03:37 AM IST

କଟକ: ପ୍ରାୟ ୩ ମାସର ଜେଲ୍ ରହଣୀ ପରେ ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ ଶୁକ୍ରବାର ଜେଲରୁ ମୁକୁଳିଛି । ତାକୁ ଜାମିନ୍ ପାଇଁ କେତୋଟି ସର୍ତ୍ତ ରଖିଥିଲେ କଟକ ‌ଏସଡିଜେଏମ୍ କୋର୍ଟ। କୋର୍ଟଙ୍କ ସର୍ତ୍ତମୁତାବକ ୫୦ହଜାର ଟଙ୍କାର ଦୁଇଟି ବେଲ୍ ବଣ୍ଡ ପ୍ରଦାନ ଓ ସମାନ ପ୍ରକାର ଅପରାଧରେ ସାମିଲ ନ ହେବା ପାଇଁ ଓକିଲଙ୍କ ଜରିଆରେ ଅବଗତ କରାଇବା ପରେ କୋର୍ଟ ଜାମିନ୍ ପ୍ରଦାନ କରିଥିଲେ। ଏହାପରେ ଶୁକ୍ରବାର ଅପରାହ୍ନ ୫ଟା ୪୫ ମିନିଟରେ ଚୌଦ୍ୱାର ଜେଲରୁ ମୁକୁଳିଛି ସତ୍ୟମ୍। ଗତ ୨ ତାରିଖରେ ହାଇକୋର୍ଟ ତାକୁ ସର୍ତ୍ତମୂଳକ ଜାମିନ ପାଇଁ ଅନୁମତି ଦେଇଥିଲେ।

ସତ୍ୟମ୍ ଚାରିଟେବଲ୍ ଟ୍ରଷ୍ଟରେ ବ୍ୟାପକ ଦୁର୍ନୀତି, ତାଙ୍କଠାରୁ ୩୫ ଲକ୍ଷ ଟଙ୍କା ମିଳିବା ଓ ୫୫ ଲକ୍ଷ ଟଙ୍କାର ଘର ତାଙ୍କ ନାଁରେ ଥିବା ନେଇ ଅଭିଯୋଗ ହୋଇଥିଲା। ଗତ ଅଗଷ୍ଟ ୨୦ ତାରିଖରେ ମୁମ୍ୱାଇରୁ ସତ୍ୟମକୁ ଗିରଫ କରାଯାଇଥିଲା।

Related story