ସିୱେଜ ସିପିଂ ଜିଏମ୍‌ ହତ୍ୟା ମାମଲାରେ ଗିରଫ ସାର୍ପ ସୁଟର ବବୁଲକୁ ପାରାଦୀପ ଅଣାଗଲା

ପାରାଦୀପ: ସିୱେଜ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ କୋଲକାତାରେ ଗିରଫ ସାର୍ପ ସୁଟର ମହମ୍ମଦ ବବୁଲକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ପାରାଦୀପ ଅଣାଯାଇଛି। ତାକୁ ପାରାଦୀପ ଥାନାରେ ରଖାଯାଇଛି।

ତାକୁ କୋଲକାତାର ଖିଦିରପୁର ୱାରିସ ନଗରୀରୁ ଗିରଫ କରାଯାଇଥିଲା।

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ର ଏବଂ ତାଙ୍କ ସହଯୋଗୀ ବସନ୍ତ ବଳ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏମାନଙ୍କ ବ୍ୟତୀତ ଆହୁରି ୬ ଜଣ ଏହି ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।