ଚାକରାଣୀଙ୍କୁ ଘରକୁ ନ ଛାଡି ଦେବା ନେଇ  ମୁନା ଖାଁଙ୍କ ନାଁରେ ଅଭିଯୋଗ

ନବରଙ୍ଗପୁର: ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ବିଜେଡି ନେତା ମୁନା ଖାଁ ଏବେ ଅଡୁଆରେ। ଜଣେ ଆଦିବାସୀ ଯୁବତୀଙ୍କୁ ଚାକରାଣୀ କରି ଘରେ ରଖିବାର ମୁନାଙ୍କ ନାଁରେ ଅଭିଯୋଗ ଆସିଛି। ନବରଙ୍ଗପୁର ଥାନା ଅନ୍ତର୍ଗତ ଗୁମ୍ମାଗୁଡା ଗାଁର ଟିକି ପୂଜାରୀ ଏ ଅଭିଯୋଗ କରିଛନ୍ତି। ୧୬ବର୍ଷ ତଳେ ତାଙ୍କର ୭ବର୍ଷର ଝିଅକୁ ଚାକରାଣୀ କରି ରଖିବାକୁ ଭୁବନେଶ୍ୱର ଆଣିଥିଲେ। ତେବେ ଝିଅକୁ ଫେରାଇବାକୁ ବାରମ୍ୱାର ଅନୁରୋଧ କରୁଥିଲେ ବି ଝିଅକୁ ହସ୍ତାନ୍ତର କରୁ ନ […]

muna

Rakesh Mallick
  • Published: Friday, 27 November 2015
  • , Updated: 27 November 2015, 03:49 AM IST

ନବରଙ୍ଗପୁର: ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ବିଜେଡି ନେତା ମୁନା ଖାଁ ଏବେ ଅଡୁଆରେ। ଜଣେ ଆଦିବାସୀ ଯୁବତୀଙ୍କୁ ଚାକରାଣୀ କରି ଘରେ ରଖିବାର ମୁନାଙ୍କ ନାଁରେ ଅଭିଯୋଗ ଆସିଛି। ନବରଙ୍ଗପୁର ଥାନା ଅନ୍ତର୍ଗତ ଗୁମ୍ମାଗୁଡା ଗାଁର ଟିକି ପୂଜାରୀ ଏ ଅଭିଯୋଗ କରିଛନ୍ତି। ୧୬ବର୍ଷ ତଳେ ତାଙ୍କର ୭ବର୍ଷର ଝିଅକୁ ଚାକରାଣୀ କରି ରଖିବାକୁ ଭୁବନେଶ୍ୱର ଆଣିଥିଲେ। ତେବେ ଝିଅକୁ ଫେରାଇବାକୁ ବାରମ୍ୱାର ଅନୁରୋଧ କରୁଥିଲେ ବି ଝିଅକୁ ହସ୍ତାନ୍ତର କରୁ ନ ଥିବା ଅଭିଯୋଗ କରିଛନ୍ତି ଟିକି। ପୋଲିସ ଏନେଇ ଅନୁସନ୍ଧାନ ଚଳାଇଥିବା କହିଥିବା ବେଳେ ଘଟଣା ନେଇ ମୁନା ଖାଁ କହିଛନ୍ତି, ତା’ର ବୟସ ୨୪ /୨୫ବର୍ଷ ହେବ। ତାକୁ ଆମେ ଖାଇବା ପିଇବା ଦେଇ ମାସିକ ୩ହଜାର ଟଙ୍କା ଦେଉଛୁ। ତାକୁ ନେଇ ଯେଉଁ ଅଭିଯୋଗ ହୋଇଛି ତାହା ଠିକ୍ ନୁହେଁ। କିଛି ଉଦ୍ଦେଶ୍ୟ ରଖି କେତେକ ଲୋକ ଝିଅଟିର ବାପାଙ୍କୁ ମତାଇ ଦେଇଛନ୍ତି। ଗତକାଲି  ଝିଅଟି ତା’ ବାପା ସହିତ ଫୋନରେ କଥା ହୋଇଥିଲା ଓ ଥାନାରେ ଏଭଳି ଅଭିଯୋଗ କାହିଁକି ଦେଲ ବୋଲି ପଚାରିଥିଲା। ଉତ୍ତରରେ ତା’ବାପା କହିଥିଲେ ଯେ କିଛି ଲୋକ ତାଙ୍କୁ ଏଭଳି କରିବାକୁ ପ୍ରବର୍ତ୍ତାଇଥିଲେ। ମୁନା ଖାଁ ଆହୁରି ମଧ୍ୟ କହିଛନ୍ତି ଯେ ଝିଅଟି ଆସନ୍ତା ମାସରେ ଘରକୁ ଯିବ ବୋଲି କହିଛି। ଆମେ ବି ହିଁ କରିଛୁ।

 

Related story