ସର୍ଭିସ ରୁଲରେ ଖିଲାପ ଅଭିଯୋଗରେ ଇଡକୋର ୨୮ କର୍ମଚାରୀ ବହିଷ୍କୃତ

ଭୁବନେଶ୍ୱର: ଶେଷରେ ଚାକିରିରୁ ବହିଷ୍କୃତ ହୋଇଛନ୍ତି ଇଡ଼କୋର ୨୮ କର୍ମଚାରୀ। ଜାଲ୍ କାଗଜପତ୍ର ଓ ଜାଲ୍ ଦସ୍ତଖତ ଦେଇ ବ୍ୟାଙ୍କରୁ ଦେଢ କୋଟି ଟଙ୍କ। ଋଣ ନେବା ଅଭିଯୋଗରେ ଏହି କର୍ମଚାରୀମାନଙ୍କୁ ବହିଷ୍କୃତ କରାଯାଇଛି। ଶନିବାର ଇଡକୋର ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅଭିଯୁକ୍ତ କର୍ମଚାରୀମାନେ ଜାଲ କାଗଜପତ୍ର ଓ ଜାଲ ଦସ୍ତଖତ ଦେଇ ବ୍ୟାଙ୍କରୁ ଦେଢ କୋଟି ଟଙ୍କ। ଋଣ ନେଇଥିବା ଅଭିଯୋଗ ରହିଛି। ପୂର୍ବରୁ ଏହି କର୍ମଚାରୀମାନଙ୍କୁ ବହିଷ୍କାର […]

idco

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 03:17 PM IST

ଭୁବନେଶ୍ୱର: ଶେଷରେ ଚାକିରିରୁ ବହିଷ୍କୃତ ହୋଇଛନ୍ତି ଇଡ଼କୋର ୨୮ କର୍ମଚାରୀ। ଜାଲ୍ କାଗଜପତ୍ର ଓ ଜାଲ୍ ଦସ୍ତଖତ ଦେଇ ବ୍ୟାଙ୍କରୁ ଦେଢ କୋଟି ଟଙ୍କ। ଋଣ ନେବା ଅଭିଯୋଗରେ ଏହି କର୍ମଚାରୀମାନଙ୍କୁ ବହିଷ୍କୃତ କରାଯାଇଛି। ଶନିବାର ଇଡକୋର ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅଭିଯୁକ୍ତ କର୍ମଚାରୀମାନେ ଜାଲ କାଗଜପତ୍ର ଓ ଜାଲ ଦସ୍ତଖତ ଦେଇ ବ୍ୟାଙ୍କରୁ ଦେଢ କୋଟି ଟଙ୍କ। ଋଣ ନେଇଥିବା ଅଭିଯୋଗ ରହିଛି। ପୂର୍ବରୁ ଏହି କର୍ମଚାରୀମାନଙ୍କୁ ବହିଷ୍କାର ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ବିଭାଗୀୟ ତଦନ୍ତରୁ ଏମାନଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରମାଣିତ ହେବା ପରେ ଏ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଇଡକୋ ପକ୍ଷରୁ କୁହାଯାଇଛି।

ଅଭିଯୋଗ ଅନୁସାରେ, ଇଡ଼କୋର ୨୮ କର୍ମଚାରୀ ଭୁବନେଶ୍ୱର ଓଡ଼ିଶା ଷ୍ଟେଟ କୋଅପରେଟିଭ୍ ବ୍ୟାଙ୍କରୁ ଋଣ ପାଇଁ ଆବେଦନ କରିଥିଲେ। ଏଥିପାଇଁ ଅବଶ୍ୟକ ଦରମା ପ୍ରମାଣପତ୍ର, ସୁପାରିସ୍ ଚିଠି, ଡ଼ିଡ଼ିଓଙ୍କ ଅଣ୍ଡରଟେକିଂ, ଗ୍ୟାରେଣ୍ଟଙ୍କ ଦସ୍ତଖତ ଓ ସିଲ୍ ସବୁ ଜାଲ୍ କରି ବ୍ୟାଙ୍କରେ ଦାଖଲ କରିଥିଲେ। ସେତେବେଳେ ଇଡ଼କୋ ସିଏମଡି ଥିବା ପ୍ରିୟବ୍ରତ ପଟ୍ଟନାୟକଙ୍କର ଦସ୍ତଖତକୁ ମଧ୍ୟ ଏମାନେ ଜାଲ୍ କରିଥିଲେ। ସର୍ଭିସ ରୁଲର ଖିଲାଫ କରିଥିବାରୁ ଏହି କର୍ମଚାରୀମାନଙ୍କୁ ବରଖାସ୍ତ କରାଯାଇଛି। ସେପଟେ ଏହାର ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ତେବେ  ଏ ସମ୍ପର୍କରେ ବହିଷ୍କୃତ କର୍ମଚାରୀମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story