ସମ୍‌ ଅଗ୍ନିକାଣ୍ଡ ଘଟଣା: ମନୋଜଙ୍କ ପତ୍ନୀ ଓ ଭଉଣୀଙ୍କୁ ପଚରାଉଚରା

ଭୁବନେଶ୍ୱର: ସମ୍‌ ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ୨ ଜଣ ଟ୍ରଷ୍ଟି ଶାଶ୍ୱତୀ ଦାସ ଏବଂ ଆରତି ନାୟକଙ୍କୁ ଖଣ୍ଡଗିରି ପୋଲିସ୍‌ ପଚରାଉଚରା କରିଛି। ସୋଆ ଟ୍ରଷ୍ଟ କାର୍ଯ୍ୟାଳୟକୁ ପୋଲିସ ଯାଇ ଉଭୟଙ୍କୁ ପଚରାଉଚରା କରିଛି। ଶାଶ୍ୱତୀ ହେଉଛନ୍ତି ମନୋଜଙ୍କ ପତ୍ନୀ। ଆରତି ହେଉଛନ୍ତି ମନୋଜଙ୍କ ଭଉଣୀ। ଘଟଣା ସମ୍ପର୍କରେ ପକ୍ଷ ରଖିବା ପାଇଁ କମିଶନରେଟ୍‌ ପୋଲିସ ଏହି ଦୁଇ ଟ୍ରଷ୍ଟିଙ୍କୁ ୩ ଥର ନୋଟିସ୍‌ କରିଥିଲା। ହେଲେ ଏମାନେ ପୋଲିସ ନିକଟରେ ହାଜର ହୋଇ ନ ଥିଲେ। ତେଣୁ […]

sum-hospital

Rakesh Mallick
  • Published: Monday, 28 November 2016
  • , Updated: 28 November 2016, 03:49 PM IST

ଭୁବନେଶ୍ୱର: ସମ୍‌ ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ୨ ଜଣ ଟ୍ରଷ୍ଟି ଶାଶ୍ୱତୀ ଦାସ ଏବଂ ଆରତି ନାୟକଙ୍କୁ ଖଣ୍ଡଗିରି ପୋଲିସ୍‌ ପଚରାଉଚରା କରିଛି। ସୋଆ ଟ୍ରଷ୍ଟ କାର୍ଯ୍ୟାଳୟକୁ ପୋଲିସ ଯାଇ ଉଭୟଙ୍କୁ ପଚରାଉଚରା କରିଛି। ଶାଶ୍ୱତୀ ହେଉଛନ୍ତି ମନୋଜଙ୍କ ପତ୍ନୀ। ଆରତି ହେଉଛନ୍ତି ମନୋଜଙ୍କ ଭଉଣୀ।

ଘଟଣା ସମ୍ପର୍କରେ ପକ୍ଷ ରଖିବା ପାଇଁ କମିଶନରେଟ୍‌ ପୋଲିସ ଏହି ଦୁଇ ଟ୍ରଷ୍ଟିଙ୍କୁ ୩ ଥର ନୋଟିସ୍‌ କରିଥିଲା। ହେଲେ ଏମାନେ ପୋଲିସ ନିକଟରେ ହାଜର ହୋଇ ନ ଥିଲେ। ତେଣୁ ଗତକାଲି ପୋଲିସ ଟ୍ରଷ୍ଟ କାର୍ଯ୍ୟାଳୟକୁ ଯାଇ ସେମାନଙ୍କୁ ପଚରାଉଚରା କରିଥିଲା।

ଉଭୟ ଟ୍ରଷ୍ଟି କହିଛନ୍ତି,“ଆମେ ସିଧାସଳଖ ହସପିଟାଲ କାର୍ଯ୍ୟରେ ସଂପୃକ୍ତ ନ ଥିଲୁ। ୟୁଜିସି ଅନୁଯାୟୀ ହସପିଟାଲ ପରିଚାଳିତ ହେଉଛି। ହସପିଟାଲ ପରିଚାଳନା ପାଇଁ  ବିଭିନ୍ନ ବିଭାଗରେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।”

Related story