କଟକ: ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ମାମଲାରେ ମାଲିକ ମନୋଜ ନାୟକଙ୍କ ପତ୍ନୀ ଶାଶ୍ୱତୀ ଦାସ ଏବଂ ଭଉଣୀ ରଞ୍ଜନା ନାୟକଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଉଭୟ ସଂସ୍ଥାର ଟ୍ରଷ୍ଟି ହୋଇଥିଲେ ମଧ୍ୟ ହସ୍ପିଟାଲର ଦୈନନ୍ଦୀନ ପରିଚାଳନାରେ ସେମାନଙ୍କ କୌଣସି ଭୂମିକା ନ ଥିବା ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିଲେ।
ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ମନୋଜ ଏବଂ ହସ୍ପିଟାଲ ଅଧୀକ୍ଷକଙ୍କ ମଧ୍ୟ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।
ଅକ୍ଟୋବର ୧୭ ତାରିଖରେ ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୩୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା।