ସୁରତ: ସୁରତର କତାରଗାଁର ପଣ୍ଡାଲ ବିସ୍ତାରରେ ଜଣେ ଓଡ଼ିଆଙ୍କ ଏସିଡ୍ ଆଟାକରେ ଅନ୍ୟ ଜଣେ ଓଡ଼ିଆ ଶିକାର ହୋଇଛନ୍ତି। ଏସିଡ୍ ଆଟାକରେ ଶିକାର ହୋଇଥିବା ଓଡ଼ିଆ ବ୍ୟକ୍ତ ଜଣକ ହେଉଛନ୍ତି ସଞ୍ଜୟ ପ୍ରଧାନ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଡାକ୍ତରଖାନାରେ ସଞ୍ଜୟଙ୍କ ବୟାନ ରେକର୍ଡ କରିଛି।
ଗଞ୍ଜାମ ଜିଲ୍ଲାବାସୀନ୍ଦା ସଞ୍ଜୟ ଶେରଗଡ଼ ଅଞ୍ଚଳର ପୁନ୍ନା ଗୌଡ଼ଙ୍କ ସହ ମିଶି ଗୋଟିଏ ଘରେ ରହୁଥିଲେ। ମାତ୍ର ପୁନ୍ନା ସବୁବେଳେ ସଞ୍ଜୟଙ୍କୁ ଟଙ୍କା ଧାର ମାଗିବାରୁ ସେ ଅଲଗା ରହୁଥିଲେ। ଗତ ରବିବାର ରାତି ସାଢ଼େ ୧୧ଟା ବେଳେ ସଞ୍ଜୟ ଘରକୁ ଫେରୁଥିବା ବେଳେ ପୁନ୍ନା ତାଙ୍କୁ ରାସ୍ତାରେ ଅଟକାଇ ଟଙ୍କା ମାଗିଥିଲେ। ମାତ୍ର ସେ ଟଙ୍କା ନଦେବାରୁ ପୁନ୍ନା ତାଙ୍କ ଉପରେ ଏସିଡ ମାଡ଼ କରିଥିଲେ। ଫଳରେ ସଞ୍ଜୟ ଗୁରୁତର ଆହତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।