ଟିକାତାଳ ଡକାୟତି ଘଟଣା: ୬ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଟିକାତାଳ ଗାଁରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ବେଗୁନିଆ ପୋଲିସ। ଗତ ମାସ ୧୯ ତାରିଖ ରାତିରେ ଟିକାତାଳର ଶାନ୍ତୁନୁ ବେହେରାଙ୍କ ଘରେ ୭ରୁ୮ ଜଣ ଡକାୟତ ପଶି ପରିବାର ସଦସ୍ୟଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଲକ୍ଷାଧିକ ଟଙ୍କାର ଗହଣା ଏବଂ ଟଙ୍କା ଲୁଟି ନେଇଥିଲେ। ଘଟଣାପରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଡକାୟତି ମାମଲାର ତଦନ୍ତ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ […]

khourda

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 03:52 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଟିକାତାଳ ଗାଁରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ବେଗୁନିଆ ପୋଲିସ। ଗତ ମାସ ୧୯ ତାରିଖ ରାତିରେ ଟିକାତାଳର ଶାନ୍ତୁନୁ ବେହେରାଙ୍କ ଘରେ ୭ରୁ୮ ଜଣ ଡକାୟତ ପଶି ପରିବାର ସଦସ୍ୟଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଲକ୍ଷାଧିକ ଟଙ୍କାର ଗହଣା ଏବଂ ଟଙ୍କା ଲୁଟି ନେଇଥିଲେ। ଘଟଣାପରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଡକାୟତି ମାମଲାର ତଦନ୍ତ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ କିଛି ଚୋରି ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ପିଚୁକୁଳି ଏବଂ ବେଗୁନିଆ ଅଂଚଳର ବୋଲି ପୋଲିସ୍ କହିଛି।

Related story