ଦୁର୍ବୃତ୍ତଙ୍କ ମାଡ଼ରେ ଦୁଇ ହୋମଗାର୍ଡ ଆହତ

ଭୁବନେଶ୍ୱର: ଗତକାଲି ରାତିରେ ତିନି ଜଣ ଦୁର୍ବୃତ୍ତଙ୍କ ମାଡ଼ରେ ଭୁବନେଶ୍ୱରର ଖଣ୍ଡଗିରି ଥାନାର ଦୁଇ ଜଣ ହୋମଗାର୍ଡ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ୧୧ଟାରେ ଏହି ଦୁଇ ହୋମଗାର୍ଡ ଏକ ବାଇକ୍‌ରେ ପାଟ୍ରୋଲିଂରେ ବାହାରିଥିଲେ। ହଠାତ୍ ତିନି ଜଣ ଯୁବକ ଏକ ବାଇକ୍‌ରେ ପଛପଟୁ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ। ବାଇକ୍‌ ଚଲାଉଥିବା ହୋମଗାର୍ଡଙ୍କୁ ପ୍ରଥମେ ସେମାନେ ଆକ୍ରମଣ କରିଥିଲେ। ହୋମଗାର୍ଡ ଦ୍ୱୟ ବାଇକ୍‌ରୁ ପଡ଼ି ଯିବା ପରେ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଉଭୟଙ୍କୁ […]

police

police

Rakesh Mallick
  • Published: Thursday, 03 November 2016
  • Updated: 03 November 2016, 09:41 AM IST

Sports

Latest News

ଭୁବନେଶ୍ୱର: ଗତକାଲି ରାତିରେ ତିନି ଜଣ ଦୁର୍ବୃତ୍ତଙ୍କ ମାଡ଼ରେ ଭୁବନେଶ୍ୱରର ଖଣ୍ଡଗିରି ଥାନାର ଦୁଇ ଜଣ ହୋମଗାର୍ଡ ଆହତ ହୋଇଛନ୍ତି।

ଗତକାଲି ରାତି ପ୍ରାୟ୧୧ଟାରେ ଏହି ଦୁଇ ହୋମଗାର୍ଡ ଏକ ବାଇକ୍‌ରେ ପାଟ୍ରୋଲିଂରେ ବାହାରିଥିଲେ। ହଠାତ୍ ତିନି ଜଣ ଯୁବକ ଏକ ବାଇକ୍‌ରେ ପଛପଟୁ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ। ବାଇକ୍‌ ଚଲାଉଥିବା ହୋମଗାର୍ଡଙ୍କୁ ପ୍ରଥମେ ସେମାନେ ଆକ୍ରମଣ କରିଥିଲେ। ହୋମଗାର୍ଡ ଦ୍ୱୟ ବାଇକ୍‌ରୁ ପଡ଼ି ଯିବା ପରେ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଉଭୟଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆକ୍ରମଣର କାରଣ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos