ଉଲିବୁରୁ ଖଣି ଦୁର୍ନୀତି ମାମଲା: ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

କେନ୍ଦୁଝର: ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଅନ୍ୟ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସେମାନେ ହେଲେ ଖଣି ସର୍ଭେୟର୍ ହଳଧର ଦାସ ଓ କେନ୍ଦୁଝରର ପୂର୍ବତନ ଏସିଏଫ୍ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ। ଉଲିବୁରୁ ଖଣି ଦୁର୍ନୀତିରେ ମୋଟ୍ ୨୯ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ଏମାନଙ୍କ ମଧ୍ୟରୁ ୪ ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ୯ ଜଣ ଆଗୁଆ ଜାମିନ ପାଇଛନ୍ତି। […]

uliburu-khani-mamala

Rakesh Mallick
  • Published: Wednesday, 02 December 2015
  • , Updated: 02 December 2015, 03:54 PM IST

କେନ୍ଦୁଝର: ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଅନ୍ୟ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସେମାନେ ହେଲେ ଖଣି ସର୍ଭେୟର୍ ହଳଧର ଦାସ ଓ କେନ୍ଦୁଝରର ପୂର୍ବତନ ଏସିଏଫ୍ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ। ଉଲିବୁରୁ ଖଣି ଦୁର୍ନୀତିରେ ମୋଟ୍ ୨୯ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ଏମାନଙ୍କ ମଧ୍ୟରୁ ୪ ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ୯ ଜଣ ଆଗୁଆ ଜାମିନ ପାଇଛନ୍ତି। ତେବେ ହଳଧର ଓ ବିମଳଙ୍କ ସମେତ ପୂର୍ବତନ ଡିଏଫ୍ଓ ପ୍ରଦୀପ ରାଜ କରାଟଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନ ଥିଲା। ଗତ ୨୧ ତାରିଖରେ ସରକାର ଅନୁମତି ଦେବାପରେ ବିମଳ ଓ ହଳଧରଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ଅନ୍ୟ ୧୩ ଜଣ ଫେରାର ଅଛନ୍ତି।

Related story