ଭୁବନେଶ୍ୱର: ଅଭିନେତ୍ରୀ ଉପାସନା ମହାନ୍ତି କାଷ୍ଟିଂ କାଉଚ ମାମଲାରେ ଫିଲ୍ମ ପ୍ରଯୋଜକ ରାଜେଶ ପତି ଆଜି ଲକ୍ଷ୍ମୀସାଗର ଥାନାରେ ହାଜର ହୋଇଥିଲେ। ଉପାସନାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ରାଜେଶଙ୍କୁ ପଚରାଉଚରା କରିଥିଲା। ରାଜେଶ ପୋଲିସ୍ଙ୍କୁ କିଛି ତଥ୍ୟ ଦେଇଥିବା ଜଣାପଡ଼ିଛି।
ସିନେମା ନିର୍ମାଣରେ ଖଟାଇଥିବା ଟଙ୍କା ମାଗିବାରୁ ତାଙ୍କୁ କାଷ୍ଟିଂ କାଉଚ୍ ମାମଲାରେ ଫସାଇ ଦେବାକୁ ଧମକ ଦିଆଯାଉଥିବା ରାଜେଶ ଅଭିଯୋଗ କରିଥିଲେ। ଏହାପରେ ଉପାସନା ରାଜେଶଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଥିଲେ। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଦୁହିଁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଜୁଆଲ ଅପଲୋଡ୍କରାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏଥିପାଇଁ ଉଭୟ ପରସ୍ପରକୁ ଦୋଷ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।