ଭେଡେନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଅପହରଣ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ମହେଶ ବେହେରା ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ମହେଶ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ମହେଶ ତାଙ୍କ ସହଯୋଗୀଙ୍କ ସହ କଣ୍ଟାବାଞ୍ଜି ପଟରୁ ଆସୁଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ପାଟଣାଗଡ଼ ନିକଟ ଗଙ୍ଗାସାଗର ଗାଁରେ ସେମାନଙ୍କୁ ଅଟକାଇଥିଲା। ପୋଲିସ ୩ ଜଣଙ୍କୁ କାବୁ କରିଥିବା ବେଳେ ମହେଶ […]

crime

crime

Rakesh Mallick
  • Published: Friday, 02 December 2016
  • Updated: 02 December 2016, 09:51 PM IST

Sports

Latest News

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ମହେଶ ବେହେରା ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ମହେଶ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୋଲିସ କହିଛି।

ମହେଶ ତାଙ୍କ ସହଯୋଗୀଙ୍କ ସହ କଣ୍ଟାବାଞ୍ଜି ପଟରୁ ଆସୁଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ପାଟଣାଗଡ଼ ନିକଟ ଗଙ୍ଗାସାଗର ଗାଁରେ ସେମାନଙ୍କୁ ଅଟକାଇଥିଲା। ପୋଲିସ ୩ ଜଣଙ୍କୁ କାବୁ କରିଥିବା ବେଳେ ମହେଶ ଖସି ପଳାଇଥିଲେ। ଏହି ସମୟରେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ତାଙ୍କୁ ଧରିବାକୁ ଚେଷ୍ଟା କରିବା ସମୟରେ ସେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos