ଭିଜିଲାନ୍ସ ଜାଲରେ ବାଲିକୁଦା ତହସିଲ କିରାଣି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲର କିରାଣି ପ୍ରାଣକୃଷ୍ଣ ନାୟକ ୩୯୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ପ୍ରାଣକୃଷ୍ଣଙ୍କଠାରୁ ରାସାୟନିକ ଦ୍ରବ୍ୟ ବୋଳା ଟଙ୍କା ଜବତ କରିବା ସହିତ ତାଙ୍କ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢ଼ାଉ କରିଛନ୍ତି। ଅରିଲୋ ଗାଁର ଜନୈକ ବ୍ୟକ୍ତିଙ୍କୁ ଜମିପଟ୍ଟା ଦେବା ପାଇଁ ପ୍ରାଣକୃଷ୍ଣ ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲର କିରାଣି ପ୍ରାଣକୃଷ୍ଣ ନାୟକ ୩୯୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ପ୍ରାଣକୃଷ୍ଣଙ୍କଠାରୁ ରାସାୟନିକ ଦ୍ରବ୍ୟ ବୋଳା ଟଙ୍କା ଜବତ କରିବା ସହିତ ତାଙ୍କ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢ଼ାଉ କରିଛନ୍ତି।
ଅରିଲୋ ଗାଁର ଜନୈକ ବ୍ୟକ୍ତିଙ୍କୁ ଜମିପଟ୍ଟା ଦେବା ପାଇଁ ପ୍ରାଣକୃଷ୍ଣ ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।