ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇପିଓ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଶିଳ୍ପାନୁଷ୍ଠାନ କେନ୍ଦ୍ରର ଆଇପିଓ ଦିଲ୍ଲୀପ କୁମାର ବାରିକ ଋଣ କରାଇଦେବାକୁ କହି ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପରେ ଭିଜିଲାନ୍ସ କର୍ମଚାରୀମାନେ ଦିଲ୍ଲୀପଙ୍କ ଅଫିସ୍‌ ଓ ସେ ରହୁଥିବା ହୋଟେଲରେ ଚଢ଼ାଉ କରିଥିଲେ। କାଶିବାହାଲ ଗାଁର ଦୁର୍ଗାପ୍ରସାଦ ବିହାରୀ ଋଣ ପାଇଁ ଆବେଦନ କରିଥିଲେ। ଏଥିପାଇଁ ଦିଲ୍ଲୀପ ତାଙ୍କୁ ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଦୁର୍ଗାପ୍ରସାଦ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସେ ଆଜି […]

vigilsnce-officer

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 03:45 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଶିଳ୍ପାନୁଷ୍ଠାନ କେନ୍ଦ୍ରର ଆଇପିଓ ଦିଲ୍ଲୀପ କୁମାର ବାରିକ ଋଣ କରାଇଦେବାକୁ କହି ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପରେ ଭିଜିଲାନ୍ସ କର୍ମଚାରୀମାନେ ଦିଲ୍ଲୀପଙ୍କ ଅଫିସ୍‌ ଓ ସେ ରହୁଥିବା ହୋଟେଲରେ ଚଢ଼ାଉ କରିଥିଲେ।

କାଶିବାହାଲ ଗାଁର ଦୁର୍ଗାପ୍ରସାଦ ବିହାରୀ ଋଣ ପାଇଁ ଆବେଦନ କରିଥିଲେ। ଏଥିପାଇଁ ଦିଲ୍ଲୀପ ତାଙ୍କୁ ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଦୁର୍ଗାପ୍ରସାଦ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସେ ଆଜି ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଦିଲ୍ଲୀପଙ୍କୁ ଗିରଫ କରିଥିଲେ।

Related story