ମାଗଣା ଔଷଧ ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଆଟେଣ୍ଡାଣ୍ଟ୍‌

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମାଗଣା ଔଷଧ ବିକ୍ରି କରିବା ପାଇଁ ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାଲାସେମିଆ ବିଭାଗର ଆଟେଣ୍ଡାଣ୍ଟ୍‌ ସୁଶାନ୍ତ ସାମନ୍ତରାୟଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ଥାଲାସେମିଆ ବିଭାଗରେ ସେ କଣ୍ଟ୍ରାଚୁଆଲ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ଜଣେ ଥାଲାସେମିଆ ରୋଗୀ ଔଷଧ ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ମାଗଣା ଔଷଧ ପାଇବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ମୁଲଚାଲ ପରେ ୨୦୦୦ […]

vigilance

Rakesh Mallick
  • Published: Tuesday, 06 December 2016
  • , Updated: 06 December 2016, 11:03 PM IST

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମାଗଣା ଔଷଧ ବିକ୍ରି କରିବା ପାଇଁ ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାଲାସେମିଆ ବିଭାଗର ଆଟେଣ୍ଡାଣ୍ଟ୍‌ ସୁଶାନ୍ତ ସାମନ୍ତରାୟଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ଥାଲାସେମିଆ ବିଭାଗରେ ସେ କଣ୍ଟ୍ରାଚୁଆଲ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ।

ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ଜଣେ ଥାଲାସେମିଆ ରୋଗୀ ଔଷଧ ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ମାଗଣା ଔଷଧ ପାଇବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ମୁଲଚାଲ ପରେ ୨୦୦୦ ଟଙ୍କାରେ ମାଗଣା ଔଷଧ ମିଳିବ ବୋଲି ସ୍ଥିର ହୋଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସମ୍ପୃକ୍ତ ବ୍ୟକ୍ତି ଜଣକ ଆଜି ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଛପି ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ସୁଶାନ୍ତଙ୍କୁ ଧରିବା ସହିତ ୨୦୦୦ ଟଙ୍କା ଜବତ କରିଥିଲେ। ଏହି ଘଟଣାର ବିଭାଗୀୟ ତଦନ୍ତ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

Related story