ବରଗଡ଼: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ନର୍ସ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ସରକାରୀ ଡାକ୍ତରଖାନାର ଷ୍ଟାଫ୍‌ ନର୍ସ ଉଷା କିରୋ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ରାସାୟନିକ ବୋଳା ଟଙ୍କା ଜବତ କରିବା ସହିତ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛନ୍ତି। ଗତ ୭ ତାରିଖରେ ସାନସାହାଜବାହାଲ ଗାଁର ଚତୁରୁ ବରିହାଙ୍କ ସ୍ତ୍ରୀ ଶାନ୍ତି ସୋହେଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡିସ୍‌ଚାର୍ଜ ବେଳେ ଷ୍ଟାଫ୍‌ନର୍ସ ଉଷା ସେମାନଙ୍କୁ ୪୫୦୦ ଟଙ୍କା […]

vigilance

Rakesh Mallick
  • Published: Sunday, 20 November 2016
  • , Updated: 20 November 2016, 07:38 PM IST

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ସରକାରୀ ଡାକ୍ତରଖାନାର ଷ୍ଟାଫ୍‌ ନର୍ସ ଉଷା କିରୋ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ରାସାୟନିକ ବୋଳା ଟଙ୍କା ଜବତ କରିବା ସହିତ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛନ୍ତି।

ଗତ ୭ ତାରିଖରେ ସାନସାହାଜବାହାଲ ଗାଁର ଚତୁରୁ ବରିହାଙ୍କ ସ୍ତ୍ରୀ ଶାନ୍ତି ସୋହେଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡିସ୍‌ଚାର୍ଜ ବେଳେ ଷ୍ଟାଫ୍‌ନର୍ସ ଉଷା ସେମାନଙ୍କୁ ୪୫୦୦ ଟଙ୍କା ମାଗିଥିଲେ। ମାତ୍ର ଏତେ ଟଙ୍କା ଦେବାକୁ ଚତୁରୁ ଅକ୍ଷମତା ପ୍ରକାଶ କରିବାରୁ ୩୦୦୦ ଟଙ୍କାରେ କଥା ଛିଡି ଥିଲା। ପରେ ଏ ସମ୍ପର୍କରେ ଚତୁରୁ ବରଗଡ଼ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ ଚତୁରୁ ୩୦୦୦ ଟଙ୍କା ନର୍ସ ଉଷାଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

Related story