ଅଶୋକ ଚାଟାର୍ଜୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ଆଞ୍ଚଳିକ ଅଧିକାରୀ ଅଶୋକ ଚାଟାର୍ଜୀ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଅଶୋକଙ୍କ ରାୟଗଡ଼ାର ନେହେରୁ  ନଗର ସ୍ଥିତ  ଭଡ଼ାଘର  ଓ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରାଯାଇଛି। କେନ୍ଦୁଝର ଭିଜିଲାନ୍ସ ବିଭାଗର ଜଣେ ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ଏହି ଚଢ଼ାଉ କରୁଛନ୍ତି। ଚଢ଼ାଉ ବେଳେ ତାଙ୍କ ଘରୁ ୨ ଲକ୍ଷ ୮୭ ହଜାର ନଗଦ  ଟଙ୍କା […]

chitjund

Rakesh Mallick
  • Published: Tuesday, 28 February 2017
  • , Updated: 28 February 2017, 11:54 AM IST

ରାୟଗଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ଆଞ୍ଚଳିକ ଅଧିକାରୀ ଅଶୋକ ଚାଟାର୍ଜୀ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଅଶୋକଙ୍କ ରାୟଗଡ଼ାର ନେହେରୁ  ନଗର ସ୍ଥିତ  ଭଡ଼ାଘର  ଓ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରାଯାଇଛି।

କେନ୍ଦୁଝର ଭିଜିଲାନ୍ସ ବିଭାଗର ଜଣେ ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ଏହି ଚଢ଼ାଉ କରୁଛନ୍ତି। ଚଢ଼ାଉ ବେଳେ ତାଙ୍କ ଘରୁ ୨ ଲକ୍ଷ ୮୭ ହଜାର ନଗଦ  ଟଙ୍କା ସହ  ବ୍ୟାଙ୍କ ଲକର ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଜବତ କରିଛି।

ସେହିପରି ଅଶୋକଙ୍କ ବାଲେଶ୍ୱର ସ୍ଥିତ ବାସଭବନ ସହ ପୁଅ ଅଭିଜିତ୍‌ ଚାଟାର୍ଜୀ ବିଲା ଟାୟାର୍ସ କମ୍ପାନୀରେ ମଧ୍ୟ ଭିଜିଲାନ୍ସ  ଚଢ଼ାଉ କରିଛି।

ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ଅଶୋକଙ୍କ ବାଲେଶ୍ୱର ସ୍ଥିତ ଭିମପୁରା ଓ ବଡ଼ରଘୁନାଥପୁରରେ ଦୁଇଟି  ଦୁଇ ମହଲା କୋଠାଘର ସହ ଭୁବନେଶ୍ୱରର ନୟାପଲ୍ଲୀର ନିରୁପମା ଆପାର୍ଟମେଣ୍ଟରେ ଏକ ଫ୍ଳାଟ ରହିଛି।

Related story